ପରାଜୟ ସ୍ୱୀକାର ପରେ ଅମରିନ୍ଦର ପ୍ରତିକ୍ରିୟା

ପଞ୍ଜାବ: ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଅନ୍ୟପକ୍ଷରେ ପଞ୍ଜାବରେ ପ୍ରଥମଥର ପାଇଁ ଆପ ଦଳ ସରକାର ଗଢିବାକୁ ଯାଉଛ । ଏହା ମଧ୍ୟରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଶୋଚନୀୟ ଭାବେ ନୈରାଶ୍ୟଜନକ ଭାବେ ପରାଜୟର ସାମ୍ନା କରିବାକୁ ପଡିଛି । ଏହି ପରାଜୟକୁ ନେଇ ସ୍ୱୀକାର କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ।

ଅମରିନ୍ଦର ସିଂହ କହିଛନ୍ତି ଯେ, ମୁଁ ସମ୍ପୂର୍ଣ୍ଣ ଭାବେ ଜନତାଙ୍କ ଫଇସଲାକୁ ସ୍ୱୀକାର କରିଛି । ପଞ୍ଜାବୀମାନେ ସାମ୍ପ୍ରଦାୟିକ ଓ ଜାତିଗତ ଦିଗରୁ ଉପରକୁ ଉଠି ମତଦାନ କରି ପଞ୍ଜାବୀଙ୍କ ବାସ୍ତବ ଭାବନାକୁ ଦର୍ଶାଇଛନ୍ତି । ସୂଚନାଯୋଗ୍ୟ, ପଞ୍ଜାବ ବିଧାନସଭା ନିର୍ବାଚନର ୧୧୭ ସିଟର ଫଳାଫଳ ସାମ୍ନାକୁ ଆସିଛି ।