ରାଜ୍ୟରେ ଆଉ ୧୦୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ କିଛିଦିନ ହେବ ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୨୪ଜଣ ରହଛନ୍ତି । ସଂଗରୋଧ କେନ୍ଦ୍ରରୁ ୬୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୪୩ ଜଣ ।

ଆଜି ରାଜ୍ୟର ୯ ଜିଲ୍ଳାରେ କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ଅର୍ଥାତ୍‍ ୨୧ ଜିଲ୍ଲାରୁ ୧୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗୋଟିଏ ଦିନରେ ଆଉ ୧୩୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ପଜିଟିଭକୁ ମିଶାଇ ରାଜ୍ୟରେ ମୋଟ୍‍ ଆକ୍ରାନ୍ତଙ୍କ ସଖ୍ୟା ୧୨,୮୬,୪୫୭କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ମୋଟ୍‍ ୧୨,୭୬, ୨୮୫ ଜଣ ସୁସ୍ଥ ହୋଇଥିବା ବେଳେ, ଏକ ହଜାର ୧୪ ସକ୍ରିୟ ମାମଲା ରହିଛି ।