ସମ୍ବଲପୁରରେ ଜେନେରାଲ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଟାଟା ପାୱର ପରିଚାଳକ । ପଶ୍ଚିମ ଓଡ଼ିଶା ଡିଷ୍ଟ୍ରିବ୍ୟୁସନର ପରିଚାଳକ ବା ବିଦତ୍ତ୍ ବିତରଣକାରୀ ସଂସ୍ଥା ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦରଜୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାକାଳୀନ ୩ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ । ତେବେ ସମ୍ବଲପୁର ଘର, ବୁର୍ଲା ଅଫିସ ଓ ବରଗଡ଼ ପୈତୃକ ଘରେ ରେଡ୍ ଚାଲିଥିବା ଜଣାପଡିଛି । ଏପର୍ଯ୍ୟନ୍ତ ସନ୍ତୋଷଙ୍କ ଘରୁ ନଗଦ ୬ଲକ୍ଷ ୨୮ ହଜାର ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରି ରହିଛି । ୬ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀମାନେ ଏଥିରେ ସାମିଲ ଅଛନ୍ତି ।