ଜୟପୁରରେ ମାଲାବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ

କୋରାପୁଟ: ମାଲାବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଜୟପୁର ପାଡ଼ୁଆ ଷ୍ଟେସନର ଭେଜା ଗାଁ ନିକଟରେ କୋଇଲା ବୋଝେଇ ଟ୍ରେନ୍ ଲାଇନଚ୍ୟୁତ୍ ହୋଇଛି । କିରଣ୍ଡୋଲରୁ ବିଶାଖାପାଟନମ ଯାଉଥିଲା ମାଲବାହୀ ଟ୍ରେନ୍ । ଏହା ଫଳରେ କୋରାପୁଟ-ବିଶାଖାପାଟନମ ରୁଟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବିଳମ୍ବିତ ରାତିରେ ଲାଇନଚ୍ୟୁତ ପରେ ଉଦ୍ଧାର କାମ ଜାରି ରହିଛି । ଟ୍ରେନ ଲାଇନଚ୍ୟୁତ ପରେ ବିଶାଖାପାଟଣା-କିରନଡୁନ ଏକ୍ସପ୍ରେସ ବାତିଲ ହୋଇଛି ।