୪ନମ୍ବର ମାଛ ମାର୍କେଟରେ ବିଜେଡ଼ି ମେୟର ପ୍ରାର୍ଥୀ ସୁଲୋଚନା ଦାସ

ଭୁବନେଶ୍ୱର:  ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଜାରି ରହିଛି ମେୟର ପ୍ରାର୍ଥୀଙ୍କ ପ୍ରୟାସ । ଭୁବନେଶ୍ୱର ମହାନଗର ନିଗମରେ ପାର୍କ, ଚା’ ଖଟି ଓ ବଜାରରେ ଭିଡ଼କୁ ଟାର୍ଗେଟ୍ କରୁଛନ୍ତି ମେୟର ପ୍ରାର୍ଥୀ । ସକାଳୁ ସକାଳୁ ଭୁବନେଶ୍ୱର ୪ନମ୍ବର ମାଛ ମାର୍କେଟରେ ବୁଲି ପ୍ରଚାର କରିଛନ୍ତି ବିଜେଡ଼ି ମେୟର ପ୍ରାର୍ଥୀ ସୁଲୋଚନା ଦାସ । ମାର୍କେଟରେ ଥିବା ଦୋକାନରୁ ଦୋକାନ ବୁଲି ଲୋକଙ୍କୁ ଭେଟି ଭୋଟ୍ ଭିକ୍ଷା କରିଛନ୍ତି ସୁଲୋଚନା ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଭୁବନେଶ୍ୱରବାସୀ ହେଉଛନ୍ତି ଗୋଟିଏ ପରିବାର । ପରିବାର ସଦସ୍ୟଙ୍କ ଆର୍ଶୀବାଦ ଭିକ୍ଷା କରିବାକୁ ଆସିଛି । ମୁଁ ଏହି ପରିବାରର ସଦସ୍ୟ । ଆଗକୁ ଏହି ସମ୍ପର୍କ ଆହୁରି ବଢିବ । ମୁଁ ପ୍ରତିଦିନ ଏଠାକୁ କିଣାକିଣି କରିବାକୁ ଆସେ । ଏବେ ଲୋକଙ୍କ ଅସୁବିଧା ସୁବିଧା ପଚାରି ବୁଝିବାକୁ ଆସିଛି ।