ହସ୍ପିଟାଲରେ ଭର୍ତ୍ତି ହେଲେ କ୍ରିକେଟର ଶ୍ରୀସନ୍ତ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଦଳର ପେସ ବୋଲର ଏସ ଶ୍ରୀସନ୍ତ ଅଭ୍ୟାସ ବେଳେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଶ୍ରୀସନ୍ତ ଦୀର୍ଘଦିନ ପରେ ରଣଜୀ ଟ୍ରଫି ଖେଳିଥିଲେ । ସେ ଅଭ୍ୟାସ ବେଳେ ଆହତ ହୋଇଥିବା ଜଣାପଡିଛ । ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଛି । ଏନେଇ ଶ୍ରୀସନ୍ତ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅଭ୍ୟାସ ବେଳେ ଗୁରୁତର ଭାବେ ଆହତ ହୋଇଛି । ଚାଲିବା ମଧ୍ୟ କଷ୍ଟକର ହୋଇପଡିଛି ।

ସୂଚନାଯୋଗ୍ୟ ଯେ, ଶ୍ରୀସନ୍ତ କେରଳ ପକ୍ଷରୁ ରଣଜୀ ଟ୍ରଫି ଖେଳୁଛନ୍ତି । ଆସନ୍ତା ସୌରାଷ୍ଟ୍ର ବିପକ୍ଷ ମ୍ୟାଚ ପାଇଁ ସେ ଦଳରେ ସାମିଲ ହେବେ ନାହିଁ । ସେହିପରି ଶ୍ରୀସନ୍ତଙ୍କୁ କୌଣସି ଆଇପିଏଲ ଫ୍ରାଞ୍ଚାଇଜ ମଧ୍ୟ କିଣିନଥିଲେ ।