ଫୁଟବଲ ୱାର୍ଲ୍ଡ କପରୁ ରୁଷକୁ ବାଦ ଦେଲା ଫିଫା

ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଘୋମାଘୋଟ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ରୁଷକୁ ସବୁଆଡୁ ସମାଲୋଚନାର ଶିକାର ହେବାକୁ ପଡୁଛି । ଏହି ଯୁଦ୍ଧ ଭିତରେ ଏବେ ଖେଳ ଉପରେ ପ୍ରଭାବ ଦେଖିବାକୁ ମିଳିଛି । ରୁଷ ଉପରେ କଡା କଟକଣା ଲଗାଇଛି ଫିଫା । ଫୁଟବଲ ୱାର୍ଲ୍ଡ କପରୁ ରୁଷକୁ ବାସନ୍ଦ କରିଛି ଫିଫା । ଚଳିତ ବର୍ଷ କତାରରେ ଆୟୋଜିତ ହେବାକୁ ଯାଉଛି ଫିଫା ୱାର୍ଲ୍ଡ ।

ସେହିପରି ଇଣ୍ଟରନ୍ୟାସନାଲ ଆଇସ୍‌ ହକିରୁ ମଧ୍ୟ ରୁଷକୁ ବାସନ୍ଦ କରାଯାଇଛି । ଅନ୍ୟପକ୍ଷରେ ରୁଷ ସହ କୌଣସି ଇଭେଣ୍ଟ ଖେଳିବାକୁ ପୋଲାଣ୍ଡ, ୱିଡେନ ଓ ଚେକ ରିପବ୍ଲକ ମନା କରିଦେଇଛନ୍ତି ।