ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଆଣିବାକୁ ଯିବ ଗ୍ଲୋବମାଷ୍ଟର

ନୂଆଦିଲ୍ଲୀ : ୟୁକ୍ରେନ ଓ ରୁଷ ମଧ୍ୟରେ ଘୋମାଘୋଟ ଯୁଦ୍ଧ ମଧ୍ୟରେ ଭାରତ ସରକାରଙ୍କ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଆଣିବାକୁ ଚାଲିଥିବା ‘ଅପରେସନ୍‌ ଗଙ୍ଗା’ରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ବାୟୁସେନା ବିମାନ ଯୋଗ ସହିତ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହ ଭାରତରୁ ପଠାଯାଉଥିବା ରିଲିଫ ସାମଗ୍ରୀ ମଧ୍ୟ ଶୀଘ୍ର ପହଞ୍ଚିବ ।

ସେହିପରି ଭାରତୀୟ ବାୟୁସେନାର ଅନେକ ସି-୧୭ ବିମାନ ଅପରେସନ୍‌ ଗଙ୍ଗା ଅଧୀନରେ ଉଡ଼ାଣ ଆରମ୍ଭ କରିବ । ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ ସମେତ ୫ଟି ଦେଶ ଦେଇ ଭାରତୀୟଙ୍କୁ ସ୍ୱଦେଶ ଆଣିବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି । ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବାୟୁସେନାକୁ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭରୀତୀୟ ନାଗରିକଙ୍କୁ ସି-୧୭ ଗ୍ଲୋବମାଷ୍ଟର ବିମାନ ମାଧ୍ୟମରେ ଭାରତକୁ ଅଣାଯିବ ।