ଭୟଙ୍କର ସଡକ ଦୁର୍ଘଟଣା: ୫ ମୃତ

ନୂଆପଡା : ନୂଆପଡା ଜିଲ୍ଲାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ହୋଇ ୫ ଜଣ ମୃତ୍ୟୁବରଣ କରିଛନ୍ତି । ପଦ୍ମପୁର ଅନ୍ତର୍ଗତ ସ୍ଥାନୀୟ ମହାମାୟା କଲେଜ ନିକଟରେ ଏକ କାର ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, କାରରେ ଥିବା ସମସ୍ତ ଛତିଶଗଡ଼ର ବୋଲି ଜଣାପଡିଛି । ଏନେଇ ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ôଚ ତଦନ୍ତ ଚଳାଇଛି ।