ଗଞ୍ଜାମ ଜିଲ୍ଲା ପାଣି ମିଳୁଛୁ କିନ୍ତୁ ଶୋଷ ମେଣ୍ଟୁନି

ପୋଲସରା ବାସୀଙ୍କ ଷୋଶ ମେଣ୍ଟାଇ ପାରୁନି ….

ପୋଲସରା ବାସୀଙ୍କ ଷୋଶ ମେଣ୍ଟାଇ ପାରୁନି ଜନସ୍ବାସ୍ଥ୍ୟ ବିଭାଗ,ପିଇବା ପାଣି ପାଇଁ ପ୍ରତି ଘରକୁ ଖଞ୍ଜା ଯାଇଛି ଟ୍ଯାପ୍ ଏବଂ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା କିନ୍ତୁ ସହର ବାସୀଙ୍କ ମୁହଁ ରେ ବିଶୁଦ୍ଧ ଜଳ ଯୋଗାଇବାରେ ଫେଲ୍ ମାରିଛି ଜନସ୍ବାସ୍ଥ୍ୟ ବିଭାଗ। ସରକାରଙ୍କ ପ୍ରତି ଘରକୁ “ବିଶୁଦ୍ଧ ପାନୀୟ ଜଳ ଯୋଗାଣ” ର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ବର୍ତ୍ତମାନ ସାରା ରାଜ୍ୟର ଅଧିକାଂଶ ସ୍ଥାନରେ ଜଣ୍ଡିସ କାୟା ବିସ୍ତାର କରିଥିବା ବେଳେ ପୋଲସରା ସହରରେ ପିଇବା ପାଣିକୁ ନେଇ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସହର ବାସୀଙ୍କୁ ପିଇବା ପାଣି ବଦଳରେ ମିଳୁଛି କାଦ ପଙ୍କ ମିଶ୍ରିତ ପାଣି, ଯାହା ଏବେ ଲୋକଙ୍କ ପାଇଁ ଘାତକ ସାଜିଥିବା ବେଳେ ଗୋଳିଆ ପାଣି ଶୋଷ ମେଣ୍ଟୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ପାଖାପାଖି ୩୦ ହଜାର ଲୋକଙ୍କ ପାଇଁ ନିକଟସ୍ଥ ଡିମ୍ବିରିଆ,ରାଣୀପଡା ଓ ବାଲିଘାଇ ନିକଟସ୍ଥ ରାମେଶ୍ବର ମନ୍ଦିରରୁ ଜଳଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ବର୍ଷ ତମାମ କେତେ ବେଳେ ଜଳ ସଙ୍କଟ ତ ଆଉ କେତେବେଳେ ପିଇବା ପାଣିର ସମସ୍ୟା ନେଇ ଆନ୍ଦୋଳନ ରାସ୍ତାରୋକ ଅଫିସ ଘେରାଉ ଭଳି ପ୍ରତିବାଦ କରିଥିବା ନଜିର ଅଛି। କିନ୍ତୁ ଉଦବେଗର କଥା ଏହି ସବୁ ସମସ୍ୟାକୁ ନେଇ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତାହାର ସ୍ଥାଇ ସମାଧାନ ହୋଇପାରିନାହିଁ। ଯାହାର ଫଳ ସ୍ୱରୂପ ସହରବାସୀ ଦୁସିତ ପାନୀୟ ଜଳ ବ୍ୟବହାର କରି ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ଯେହେତୁ ଆଗକୁ ବଡ଼ ବର୍ଷା ଆସୁଛି, ବର୍ତ୍ତମାନ ଠାରୁ ଲୋକଙ୍କୁ ଜଦି ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ନ କରାଯାଏ ତାହେଲେ ପୋଲସରା ବାସୀ ଡେଙ୍ଗୁ, ମେଲେରିଆ, ଜଣ୍ଡିସ ଭଳି ରୋଗକୁ ଏଡାଇ ଦିଆଯାଇନପାରେ। ଏନେଇ ପୋଲସରା ସହର ବାସୀ ସମେତ ମିଡିଆ ହାଉସ୍,ପ୍ରେସକ୍ଳବ, ଋଷିକୂଲ୍ୟା ରହିତ ସମାଜ ତରଫରୁ ସ୍ଥାଇ ସମାଧାନ ପାଇଁ ଦାବି ହୋଇଛି। ଗଞ୍ଜାମ ଜିଲ୍ଲା ରିପୋର୍ଟ ଗଣେଶ ପାଣିଗ୍ରାହୀ ରିପୋର୍ଟ