ଭିଜିଲାନ୍ସ ରେଡ୍ ରେ ବ୍ରହ୍ମପୁର ଯନ୍ତ୍ରୀଙ୍କ ଘରୁ ନଗଦ ୧୬,୭୦ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍ । କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରୁ ନଗଦ ୧୬.୭୦ ଲକ୍ଷ ଟଙ୍କା ଜବତ ହୋଇଥିବା ନେଇ ସୂଚନା ମିଳିଛି । ବ୍ରହ୍ମପୁର ଘରୁ ୧୬ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।

ତେବେ ଜଗନ୍ନାଥଙ୍କ ଘର ସମେତ ବ୍ରହ୍ମପୁର, ଛତ୍ରପୁର ଓ ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି ।  ବାସଭବନ ସମେତ ଅଫିସ, ଗଜପତି ନଗରର ୨ଟି ବିଲ୍ଡିଂ, ଭୁବନେଶ୍ବର ଏମ୍ସ ନଗର ଓ ପୈତୃକ ଘର ଛତ୍ରପୁରରେ ଚଢାଉ  ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । କିନ୍ତୁ ତଦନ୍ତରେ ସହଯୋଗ କରୁନାହାନ୍ତ ଜଗନ୍ନାଥ ସେଠୀ । କବାଟ ଭାଙ୍ଗି ଯନ୍ତ୍ରୀଙ୍କ ଘର ଭିତରେ ପଶିଛନ୍ତି ଭିଜିଲାନ୍ସ ଅଧିକାରୀ । ଭିଜିଲାନ୍ସ ପକ୍ଷରୁ ଆଜି ବଡ଼ ଧରଣର ଚଢ଼ାଉ ଜାରି ରହିଛି । ଏଥିରେ ଜଣେ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୧୦ ଇନ୍ସପେକ୍ଟର ସାମିଲ ଅଛନ୍ତି ।