ପୂର୍ବତନ କର୍ପୋରେଟର ଦମ୍ପତିଙ୍କ କଂଗ୍ରେସର ଯୋଗଦାନ

ଭୁବନେଶ୍ୱର ତା ୭.୩: ଆଜି ଭୁବନେଶ୍ୱରର ୧୯ନଂ ୱାର୍ଡର ପୂର୍ବତନ କର୍ପୋରେଟର ପ୍ରତାପ ରାଉତରାୟ ଏବଂ ତାଙ୍କ ଧର୍ମପତ୍ନୀ ଜୋତ୍ସ୍ୟାମୟୀ ବିଜେଡ଼ି ଦଳ ଛାଡ଼ି କଂଗ୍ରେସରେ ଯୋଗଦେଇଛନ୍ତି । ସେହିପରି ୮ ଦିନ ତଳେ କଂଗ୍ରେସ ଦଳ ଛାଡ଼ି ବିଜେଡ଼ିରେ ଯୋଗଦେଇଥିବା ପ୍ରକାଶ ଜେନା ଓ ତାଙ୍କ ପୁତ୍ର ସୂର୍ଯ୍ୟକାନ୍ତ ଜେନା ନିଜ ଭୂଲ ବୁଝିପାରି ବିଜେଡ଼ି ଦଳ ତ୍ୟାଗ କରି କଂଗ୍ରେସକୁ ପ୍ରତ୍ୟାବର୍ତନ କରିଛନ୍ତି ।

ଭାରତୀୟ ଜାତୀୟ କଂଗ୍ରେସର ନୀତି ଓ ଆଦର୍ଶକୁ ପାଥେୟ କରି କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ଏବଂ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଭରସା କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ରାଉତରାୟ ଦମ୍ପତି ଏବଂ ଶ୍ରୀ ଜେନା ଶତାଧିକ କର୍ମୀଙ୍କ ସହ କଂଗ୍ରେସରେ ଯୋଗଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶଙ୍କ ସମେତ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ, ପିସିସି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ, ପିସିସି ସଂପାଦକ, ମାନସ ଆଚାର୍ଯ୍ୟ, ସୁବତ୍ର ମହାପାତ୍ର, ଅକ୍ଷୟ ଦାସ, ଶ୍ରୀଧର ବଳିଆର ସିଂ, ଜୟକୃଷ୍ଣ ସୁବୁଦ୍ଧି, ମୋହନ ଜେନା, ଶ୍ରୀନିବାସ ରାଉତରାୟ, ପ୍ରକାଶ ମିଶ୍ରଙ୍କ ସମେତ ବହୁ ମହିଳା, ଯୁବ, ଛାତ୍ର ଓ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶ କଂଗ୍ରେସ ଦଳରେ ଯୋଗଦେଇଥିବା ନେତୃବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ଦଳକୁ ସ୍ୱାଗତ କରି ଆଗାମୀ ଦିନରେ ଭୁବନେଶ୍ୱରରେ କଂଗ୍ରେସ ସୁଦୃଢ଼ ହେବ ବୋଲି ଆଶାପୋଷଣ କରିଥିଲେ । ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ରାଉତରାୟ ୧୯ ନଂ ୱାର୍ଡରୁ ଭାରତୀୟ ଜାତୀୟ କଂଗ୍ରେସରେ କର୍ପୋରେଟର ପ୍ରାର୍ଥୀ ହୋଇଥିବା ବେଳେ ୩୧ନଂ ୱାର୍ଡରୁ ପ୍ରକାଶ ଜେନାଙ୍କ ପୁତ୍ର ସୂର୍ଯକାନ୍ତ ଜେନା ପ୍ରାର୍ଥୀ ହୋଇଛନ୍ତି ।