ଲୌହ ମାନବି ଇନ୍ଦିରା ଗାନ୍ଧୀ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି ଅବହେଳିତଙ୍କୁ ଫଳ ବଣ୍ଟନ କରି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କଲା ଜିଲ୍ଲା କଂଗ୍ରେସ

ଭୁବନେଶ୍ୱର, ତା ୦୮/୦୩/୨୦୨୨: ଭୁବନେଶ୍ବର ଜିଲ୍ଲା କଂଗ୍ରେସ ଏବଂ ମହିଳା ଜିଲ୍ଲା କଂଗ୍ରେସର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।ବିଶ୍ୱ ମହିଳା ଦିବସ ଅବସରରେ କଂଗ୍ରେସ ଭବନ ଠାରେ ଥିବା ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି କଂଗ୍ରେସ ନେତୃବନ୍ଦ ଏକ ପଦଯାତ୍ରାରେ ଯାଇଁ ଇନ୍ଦିରା ଗାନ୍ଧୀ ପାର୍କ ରେ ଥିବା ସ୍ୱର୍ଗୀୟା ଇନ୍ଦିରା ଗାନ୍ଧିଙ୍କ ପ୍ରତିମୂର୍ତ୍ତୀରେ ମଧ୍ୟ ପୁଷ୍ପ ମାଳ ଦେଇ ଶ୍ରଦ୍ଧା ସୁମନ ଆର୍ପଣ କରିଥିଲେ।ସେଠାରୁ ୟୁନିଟ ୨ ସ୍ଥିତ ବସ୍ତିରେ ଗରିବ ମହିଳା ମାନଙ୍କୁ ଫଳ ଏବଂ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

ଭୁବନେଶ୍ବର ମହିଳା କଂଗ୍ରେସ ର ସଭାନେତ୍ରୀ ଶ୍ରୀମତୀ ଗୀତାଞ୍ଜଳି ମହାନ୍ତି ଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିବା ଆଜିର କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ପାର୍ଥିନି ମଧୁସ୍ମିତା ଆଚାର୍ଯ୍ୟ , ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ, ବିଧାୟକ ସୁରେଶ କୁମାର ରାଉତରାୟ,ରଶ୍ମୀ ମହାପାତ୍ର, ସମେତ ସ୍ବାଧୀନବାଲା ଦାଶ,ଚୈତାଲି ପଟ୍ଟନାୟକ, ସୁଭଦ୍ରା ମିଶ୍ର,କୁସୁମ ପ୍ରଧାନ,ଶ୍ରୀୟାସ୍ମିତା ପଣ୍ଡା,ଅଞ୍ଜଳି ସାହୁ,ତୈମୁଁନ ବିବି, ନିସୀତା ମହନ୍ତି,ଲୀପ୍ସା ମହାନ୍ତି,ପୁଷ୍ପିତା ଦାସ,ଚଂଚଳା ସେଠି,ବୈଜୟନ୍ତି ତ୍ରିପାଠୀ ପ୍ରମୁଖ ମହିଳା କଂଗ୍ରେସ ଓ ଜିଲ୍ଲା ର କର୍ମକର୍ତ୍ତା ଏବଂ ସମସ୍ତ ମହିଳା କର୍ପୋରେଟର ପାର୍ଥି ଓ ପାର୍ଥିନି ମାନେ ଯୋଗ ଦେଇଥିଲେ।