ପାଲେଷ୍ଟାଇନରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ : ପାଲେଷ୍ଟାଇନରେ ଭାରତର ରାଷ୍ଟ୍ରଦୂତଙ୍କ ଦେହାନ୍ତ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ପାଲେଷ୍ଟାଇନରେ ଭାରତର ରାଷ୍ଟ୍ରଦୂତ ମୁକୁଲ ଆର୍ଯ୍ୟଙ୍କୁ ତାଙ୍କ ଦୂତାବାସରେ ମୃତଦେହ ମିଳିଛି। ଯାହାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। ତେବେ ସେ କେଉଁ କାରଣରୁ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ। ଘଟଣାକୁ ନେଇ ବୈଦେଶିକ ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ପାଲେଷ୍ଟାଇନର ରାମଲାଲ୍ଲାରେ ଭାରତର ପ୍ରତିନିଧୀ ଶ୍ରୀ ମୁକୁଲ ଆର୍ଯ୍ୟଙ୍କ ଦେହାନ୍ତ ବିଷୟରେ ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଜଣେ ପ୍ରତିଭାଶାଳୀ ଏବଂ ଦକ୍ଷ ଅଧିକାରୀ ଥିଲେ ବୋଲି କହିଛନ୍ତି । ମୁଁ ତାଙ୍କ ପରିବାର ଏବଂ ପ୍ରିୟଜନଙ୍କ ପ୍ରତି ମୋର ହୃଦୟରୁ ସମବେଦନା ଜଣାଉଛି।

ସେ ୨୦୦୮ ବ୍ୟାଚର ଭାରତୀୟ ବୈଦେଶିକ ସେବା ଅଧିକାରୀ। ମୁକୁଲ ଆର୍ଯ୍ୟ ପୂର୍ବରୁ କାବୁଲ ଏବଂ ମସ୍କୋସ୍ଥିତ ଭାରତୀୟ ଦୂତାବାସରେ କାର୍ଯ୍ୟ କରିଥିଲେ। ତେବେ ମୁକୁଲ ଆର୍ଯ୍ୟ କେଉଁ କାରଣରୁ ପ୍ରାଣ ହରାଇଲେ ସେନେଇ ତଦନ୍ତ ଚାଲିଛି । ପାଲେଷ୍ଟାଇନ ସରକାର ମଧ୍ୟ ଏହାକୁ ମୃତ୍ୟୁକୁ ଆଶ୍ଚର୍ଯ୍ୟ ଓ ଦୁଃଖଦ କହିଛନ୍ତି । ଏ ପ୍ରସଙ୍ଗରେ ସେ ସମସ୍ତ ସହାୟତା ଯୋଗାଇବେ ବୋଲି ଆଶ୍ୱାସନା ଦେଇଛନ୍ତି । ସେ କହିଛନ୍ତି ଯେ ସେ ଭାରତୀୟ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସହିତ ସରକାରୀ ଯୋଗାଯୋଗ କରୁଛନ୍ତି ଯାହାଦ୍ୱାରା ମୃତ ରାଷ୍ଟ୍ରଦୂତଙ୍କ ଶବକୁ ତାଙ୍କ ଦେଶକୁ ପରିବହନ ପାଇଁ ବ୍ୟବସ୍ଥା କରାଯାଇପାରିବ |