ଜେଲେନ୍ସ୍କି ନ ରହିଲେ ବି ଜାରି ରହିବ ୟୁକ୍ରେନ୍ ସରକାର – ଆମେରିକାର

ୱାଶିଂଟନ : ରୁଷିଆ- ୟୁକ୍ରେନ୍ ଯୁଦ୍ଧ ୧୨ ଦିନରେ। ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ଠିକଣା ବର୍ତ୍ତମାନ ପରିପ୍ରେକ୍ଷୀରେ ରହସ୍ୟ ଘେରରେ ରହିଛି । ଜେଲେନ୍‌ସ୍କି କେଉଁଠି ଅଛନ୍ତି, ତାହା କାହାରିକୁ ଜଣାନାହିଁ । କିନ୍ତୁ ସେ ଦାବି କରିଥିଲେ ଯେ, ରାଜଧାନୀ କିଭ ଛାଡ଼ିବେ ନାହିଁ । ଏହା ପୂର୍ବରୁ ଜେଲେନସ୍କି ଦାବି କରିଥିଲେ ଯେ, ସେ ରୁଷିଆ ସେନାର ୧ ନମ୍ବର ଟାର୍ଗେଟରେ ଥିଲେ । ସେ କହିଥିଲେ ଯେ, ତାଙ୍କର ଜୀବନ ଓ ପରିବାର ପ୍ରତି ବିପଦ ଥିଲା ।

ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ କହିଛନ୍ତି, ୟୁକ୍ରେନ ପାଖରେ ଯୋଜନା ଅଛି ଯେ, ଜେଲେନ୍‌ସ୍କି ଗଲା ପରେ ବି ସରକାର ଜାରି ରହିବ । ସେ କହିଛନ୍ତି ଯେ, ଜେଲେନସ୍କି ରୁଷିଆ ସେନାର ଶିକାର ହେଲେ ବି ୟୁକ୍ରେନରେ ସରକାର ଜାରି ରହିବ ।