୨୧ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ

୨ଟି ପର୍ଯ୍ୟାୟରେ ବସିବ ଅଧିବେଶନ ….

ଭୁବନେଶ୍ୱର: ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ। ଏହା ଏପ୍ରିଲ୍ ୬ ତାରିଖ ଯାଏ ଚାଲିବ। ୨ଟି ପର୍ଯ୍ୟାୟରେ ବସିବ ଅଧିବେଶନ। ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ ୨୧ରୁ ମାର୍ଚ୍ଚ ୨ ତାରିଖ ଯାଏ ଚାଲିବ ଅଧିବେଶନ। ସେହିପରି ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଏ ୬ ତାରିଖ ଯାଏ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ।

ଫେବୃଆରୀ ୨୪ରେ ରାଜ୍ୟ ବଜେଟ୍ ଉପସ୍ଥାପିତ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନ କରିବେ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ। ବଜେଟ୍ ଅଧିବେଶନରେ ୨୮ଟି କାର୍ଯ୍ୟ ଦିବସ ରହିବ। ମାର୍ଚ୍ଚ ୩୧ରେ ଉପସ୍ଥାପିତ ହେବ ବ୍ୟୟ ମଞ୍ଜୁରୀ ବିଲ୍।