ଇଡି କବଳରୁ ମୁକୁଳି ପାରିବେନି ଟିଏମସି ନେତା ଶାହଜାହାନ

କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲି ଗ୍ରାମର ତୃଣମୂଳ କଂଗ୍ରେସ ନେତା ଶାହଜାହାନ ଶେଖଙ୍କ ବିରୋଧରେ ଇଡି (ପ୍ରବର୍ତନ ନିର୍ଦ୍ଦେଶାଳୟ) ସାନି ମାମଲା ରୁଜୁ କରିଛି ।

ଅଭିଯୁକ୍ତ ନେତାଙ୍କ ବିରୋଧରେ ବେଆଇନ ଜମି ଜବର ଦଖଲ ମାମଲା ରୁଜୁ କରି ଇଡିର ଏକାଧିକ ଟିମ ଶାହଜାହାନଙ୍କ ଏକାଧିକ ଠିକଣା ଉପରେ ଚଢ଼ଉ କରିଛନ୍ତି ।

ସନ୍ଦେଶଖାଲି ଅଂଚଳରେ ଚାପା ଉତେଜନା କ୍ରମେ ଉଗ୍ର ଆଡକୁ ଗତି କରୁଛି । ସଂପୃକ୍ତ ଅଂଚଳର ଗୋଟିଏ ଗୋଷ୍ଠୀ ଅଭିଯୁକ୍ତ ତୃଣମୂଳ ନେତାଙ୍କ କବଜାରେ ଥିବା ବେଆଇନ ଜମିରେ ପ୍ରବେଶ କରି ମାଛଚାଷ ଘେରିକୁ ଭାଙ୍ଗି ଦେଇଥିଲେ । ଗାର୍ଡରୁମକୁ ଭଙ୍ଗାରୁଜା କରିଥିଲେ ।

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସନ୍ଦେଶଖାଲିର ପାଂଚଟି ଗ୍ରାମ ପଂଚାୟତରେ ୧୪୪ ଧାରା ଜାରି କରାଯାଇଛି ।