ଆଜିଠାରୁ ଭୁବନେଶ୍ୱର-ବିଶାଖାପଟନମ ବନ୍ଦେ ଭାରତ ଏକ୍ସପ୍ରେସ ନିୟମିତ ସେବା

ଭୁବନେଶ୍ୱର: ରବିବାରଠାରୁ ରାଜ୍ୟରେ ନିୟମିତ ସେବା ଯୋଗାଇବ ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ତୃତୀୟ ପର୍ଯ୍ୟାୟ ବନ୍ଦେ ଭାରତ ଏକ୍ସପ୍ରେସ । ଟ୍ରେନଟି ଭୁବନେଶ୍ୱରରୁ ସକାଳ ପ୍ରାୟ ୫ଟା ୧୫ ମିନିଟରୁ ଯାତ୍ରା ଆରମ୍ଭ କରି ଦିନ ୩ଟା ୩୦ ମିନିଟରେ ବିଶାଖାପଟନମରେ ପହଂଚିବ ।

ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସଟି ଭୁବନେଶ୍ୱର-ବିଶାଖାପଟନମ ଭିତରେ ପଡୁଥିବା ଖୋର୍ଦ୍ଧା ରୋଡ୍‌, ବାଲୁଗାଁ, ବ୍ରହ୍ମପୁର, ଇଛାପୁରମ, ଶ୍ରୀକାକୁଲମ ରୋଡ ଓ ବିଜୟନଗରମରେ ରହଣି କରିବ ।
ସୂଚନାଯୋଗ୍ୟ, ମାର୍ଚ୍ଚ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଜୀ ରାଜ୍ୟରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିଥିଲେ ।

୨୦୨୩ ମେ’ ମାସରେ ରାଜ୍ୟରେ ପୁରୀ-ହାୱଡ଼ା ମଧ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଆରମ୍ଭ କରିଥିଲା । ୨୦୨୩ ସେପ୍ଟେମ୍ବରରେ ଭୁବନେଶ୍ୱର-ରାଉରକେଲା ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଆରମ୍ଭ କରାଯାଇଥିଲା ।