ଜେଏସଡବ୍ଲୁ ଷ୍ଟିଲ ଦୁନିଆର ସବୁଠାରୁ ମୂଲ୍ୟବାନ ଇସ୍ପାତ କମ୍ପାନୀ: ଟାଟା, ମିତ୍ତଲ ପଛରେ

ନୂଆଦିଲ୍ଲୀ: ସାଜନ ଜିନ୍ଦଲଙ୍କ ନେତୃତ୍ୱାଧୀନ କମ୍ପାନୀ ଜେଏସଡବ୍ଲୁ ଷ୍ଟିଲ ଦୁନିଆର ସବୁଠାରୁ ମୂଲ୍ୟବାନ ଇସ୍ପାତ କମ୍ପାନୀ ହୋଇପାରିଛି । ମଙ୍ଗଳବାର ଦିନ ବିଏସଏଫରେ ଏହାର ସେୟାର ମୂଲ୍ୟ ୧,୦୭୪.୧୫ ଟଙ୍କା ରେକର୍ଡରେ ପହଞ୍ଚିଛି । ଏହା ସହିତ କମ୍ପାନୀର ମାର୍କେଟ କ୍ୟାପ୍ ୩୦ ବିଲିୟନ ଡ଼ଲାର ଅତିକ୍ରମ କରିଛି ।

ଗତ ଏକ ମାସରେ ଷ୍ଟକ୍ ପ୍ରାୟ ୧୧% ଏବଂ ଗତ ଏକ ସପ୍ତାହରେ ୪% ରୁ ଅଧିକ ଲାଭ କରିଛି । ଜେଏସଡବ୍ଲୁ ଷ୍ଟିଲ ଆମେରିକାର ନ୍ୟୁକର୍ କର୍ପକୁ ଅତିକ୍ରମ କରି ବିଶ୍ୱର ବହୁମୂଲ୍ୟ ଇସ୍ପାତ କମ୍ପାନୀ ହୋଇପାରିଛି ।

ନ୍ୟୁକର୍ କର୍ପ ର ବଜାର କ୍ୟାପ୍ ୨୯.୯୨ ବିଲିୟନ ଥାଏ । ୟୁରୋପର ଆର୍ସେଲର ମିତ୍ତଲ, ଜାପାନର ନିପନ୍ ଷ୍ଟିଲ୍ କର୍ପ ଏବଂ ଚାଇନାର ବାଓଶାନ୍ ଆଇରନ୍ ପରି ବଡ ଇସ୍ପାତ କମ୍ପାନୀଗୁଡିକର ବଜାର କ୍ୟାପ୍ ୨୧ ବିଲିୟନରୁ ୨୭ ବିଲିୟନ ମଧ୍ୟରେ ଅଛି ।