ବିଶ୍ୱକପ୍‌ ପରାଜୟ ପଛରେ ପ୍ରଧାନମନ୍ତ୍ରୀ ମୋଦୀ!

ବିଶ୍ୱକପ୍‌ ବିନିମୟରେ ଭାରତକୁ ବ୍ୟବସାୟିକ ଫାଇଦା

ନୂଆଦିଲ୍ଲୀ: ବିଶ୍ୱକପ ଫାଇନାଲରୁ ବ୍ୟବସାୟିକ ଲାଭ ପାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଗୋଟି ଚାଳନା କରି ସଫଳ ହୋଇଛନ୍ତି । ଅଷ୍ଟ୍ରେଲିଆ ହାତକୁ ବିଶ୍ୱକପ୍‌ ଟେକି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ-ଅଷ୍ଟ୍ରେଲିଆ ପ୍ରତିରକ୍ଷା ରାଜିନାମା ହାସଲ କରିବା ଯୋଜନା ରଖିଛନ୍ତି । ଭାରତ-ଅଷ୍ଟ୍ରେଲିଆ ପ୍ରତିରକ୍ଷା ରାଜିନାମାରୁ ଭାରତକୁ ସର୍ବାଧିକ ଫାଇଦା ମିଳିବାର ଆଶା ରହିଛି ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।

ସାଧାରଣ ଭାଷାରେ କହିଲେ, ଅଷ୍ଟ୍ରେଲିଆ ନିକଟରୁ ପ୍ରତିରକ୍ଷା ଫାଇଦା ପାଇବା ପାଇଁ ଭାରତ ବିଶ୍ୱକପ୍‌କୁ ହାତଛଡ଼ା କରିଛି । ଆପଣମାନେ ଜାଣିଛନ୍ତି! ଅଷ୍ଟ୍ରେଲିଆର ଉପ ପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲେସ୍‌ ଓ ପ୍ରତିରକ୍ଷା ମନ୍ତ୍ରୀ ଭାରତ ଗସ୍ତରେ ଆସିଛନ୍ତି । ପ୍ରତିରକ୍ଷା ବୁଝାମଣା ସମେତ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ରାଜିନାମା କରିବାକୁ ଥିବାରୁ ଅଷ୍ଟ୍ରେଲିଆ ଟିମକୁ ନିରାଶ କରିବା ମୋଦୀ ସରକାରଙ୍କ ଇଛା ନଥିଲା ।