ଦଳଗତ ପ୍ରଦର୍ଶନ ଭଲ ଥିଲା: ରୋହିତ

ବିଶ୍ୱକପ୍‌ ହାରିବା ପରେ ଭାରତର ଅଧିନାୟକ ରୋହିତ ଶର୍ମା କହିଛନ୍ତି, ‘ଆଜିର ଦିନଟି ଆମ ପାଇଁ ନଥିଲା । ଆମେ ଆମର ସବୁ ଦମ୍‌ ଲଗାଇ ଖେଳିଥିଲୁ । ଦଳଗତ ପ୍ରଦର୍ଶନ ଉପରେ ମୁଁ ସନ୍ତୁଷ୍ଟ । ରାହୁଲ ଓ ବିରାଟ୍‌ ଯୋଡ଼ିଙ୍କ ନିକଟରୁ ଆମେ ଅତି କମ୍‌ରେ ୨୭୦ ରନ୍‌ ଆଶା ରଖିଥିଲୁ । ସେହି ଦୃଷ୍ଟିରୁ ଦେଖିଲେ ଆମେ ୨୦ରୁ ୩୦ ରନ୍‌ କମ୍‌ କଲୁ । ଷ୍ଟାଡିୟମ ପିଚ୍‌ଟି ଦ୍ୱିତୀୟ ପାଳି ବ୍ୟାଟିଂ ପାଇଁ ଉପଯୁକ୍ତ ଥିଲା । ଆମେ ଜାଣିଥିଲୁ ପିଚ୍‌ଟି ଦ୍ୱିତୀୟ ପାଳି ବେଳକୁ ବ୍ୟାଟ୍‌ସ ମ୍ୟାନଙ୍କୁ ସୁହାଇବ ।’

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଅଧିନାୟକ କମିନ୍ସ କହିଛନ୍ତି, ‘ଫାଇନାଲରେ ଶ୍ରେଷ୍ଠତମ ପ୍ରଦର୍ଶନ ପାଇଁ ଆମେ ମାନସିକ ଭାବେ ପ୍ରସ୍ତୁତ ଥିଲୁ । ଚଳିତ ବିଶ୍ୱକପ୍‌ରେ ଆମେ ସବୁଥର ପ୍ରଥମେ ବ୍ୟାଟିଂ କରିଥିଲୁ । ଫାଇନାଲ ପାଇଁ ଆମେ ଦ୍ୱିତୀୟ ପାଳି ବ୍ୟାଟିଂ ଯୋଜନା ରଖିଥିଲୁ । ପିଚ୍‌ ବହୁତ ଧିମା ଥିଲା । ଆମେ ଭାରତକୁ ୩୦୦ ରନ୍‌ ଭିତରେ ରଖିବାକୁ ଚାହିଁଥିଲୁ ଯାହା ଆମ ବିଜୟକୁ ସହଜ କରିଦେଲା ।