୩୦/୩୧ ରେ ଖୋଲା ରହିବ ବ୍ୟାଙ୍କ

ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରଖାଯିବ । ଫଳରେ ୨୦୨୩-୨୦୨୪ ଆର୍ଥିକ ବର୍ଷରେ ସମସ୍ତ ସରକାରୀ ରସିଦ ଏବଂ ଦେୟ ହିସାବ କରାଯିବ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ଦିନ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧତା ସମ୍ପର୍କରେ ମଧ୍ୟ ପର୍ଯ୍ୟାପ୍ତ ପ୍ରଚାର କରିବାକୁ ବ୍ୟାଙ୍କଗୁଡିକ ମଧ୍ୟ ଅନୁରୋଧ କରାଯାଇଛି ।
୩୦/୩୧ ମାର୍ଚ୍ଚରେ କରିପାରିବେ NEFT,NEFT ଚେକ୍‌ କ୍ଲିୟରିଂ:NEFT ଏବଂ RTGS ଜରିଆରେ ନେଣଦେଣ ମାର୍ଚ୍ଚ ୩୧ ୨୦୨୪ ମଧ୍ୟରାତ୍ର ଯାଏ କାମ କରିବ ଅର୍ଥାତ ନେଣଦେଣ କରିପାରିବେ। କାରଣଏଜେନ୍ସି ବ୍ୟାଙ୍କଗୁଡ଼ୁକୁ ସରକାରୀ ଖାତା ସମ୍ବନ୍ଧିତ ସମସ୍ତ ଚେକ୍‌ କ୍ଲିୟର କରିବା ଲାଗି ପରାମର୍ଶ ଦିଆଯାଇଥାଏ।
କେଉଁ କେଉଁ ସରକାରୀ କାମ କରିପାରିବେ?
-କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ରାଜସ୍ବ ପ୍ରାପ୍ତି ଏବଂ ଦେୟ
-କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ସମ୍ବନ୍ଧରେ ପେନସନ୍‌ ଦେୟ
-ଏସ୍‌ଡିଏସ୍‌ ୧୯୭୫
-ପିପିଏଫ୍‌ ସ୍କିମ, ୧୯୬୮
-ଏସ୍‌ସିଏସ୍‌ଏସ୍‌, ୨୦୦୪
-କିଷାନ ବିକାଶ ପାତ୍ର, ୨୦୧୪, ସୁକନ୍ୟା ସମୃଦ୍ଧି ଯୋଜନା
ଏଜେନ୍ସି ବ୍ୟାଙ୍କ କ’ଣ?
ଆରବିଆଇର ଓ୍ବେବ୍‌ସାଇଟ୍‌ ମୁତାବକ, ସରକାରୀ ବ୍ୟାଙ୍କିଙ୍ଗ ଡିଭିଜନ ଏବଂ ଆରବିଆଇ ଆକ୍ଟର ଧାରା ୪୫ ଅନୁଯାୟୀ ନିଯୁକ୍ତ ଏଜେନ୍ସି ବ୍ୟାଙ୍କର ଶାଖାଗୁଡ଼ିକୁ ନେଇ ଏକ ନେଟୱାର୍କ ସରକାରୀ କାରବାର କରିଥାଏ। ବର୍ତ୍ତମାନ ସମସ୍ତ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ ଏବଂ ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡିକ ଆରବିଆଇର ଏଜେଣ୍ଟ ଭାବରେ କାର୍ଯ୍ୟ କରନ୍ତି। କେବଳ ଏଜେନ୍ସି ବ୍ୟାଙ୍କଗୁଡିକର ନିଯୁକ୍ତ ଶାଖା ସରକାରୀ ବ୍ୟାଙ୍କିଙ୍ଗ ବ୍ୟବସାୟ ପରିଚାଳନା କରିପାରିବ।
ଏଜେନ୍ସି ବ୍ୟାଙ୍କଗୁଡିକ ସରକାରୀ ରସିଦ ଏବଂ ଦେୟ ପରିଚାଳନା କରିବାକୁ କ୍ଷମତାପ୍ରାପ୍ତ ଅଟନ୍ତି। ଡିସେମ୍ବର ୭, ୨୦୨୩ରେ ଆରବିଆଇ ୱେବସାଇଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ସମୁଦାୟ ୩୩ ଏଜେନ୍ସି ବ୍ୟାଙ୍କ ଅଛି। ଏହି ତାଲିକାରେ ୧୨ ଟି ରାଜ୍ୟ ବ୍ୟାଙ୍କ ଏବଂ ୨୦ ଟି ଘରୋଇ କ୍ଷେତ୍ର ବ୍ୟାଙ୍କ ଅନ୍ତର୍ଭୁକ୍ତ। ଏହି ବ୍ୟବସ୍ଥାରେ ଡିବିଏସ୍‌ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ୍‌ ଏକମାତ୍ର ବିଦେଶୀ ବ୍ୟାଙ୍କ ଅଛି ।
ତାଲିକା:
– Central Bank of India

– Bank of India (BOI)

– Bank of Baroda (BOB)

– Bank of Maharashtra

– UCO Bank

– Union Bank of India

– HDFC Bank Limited

– ICICI Bank Limited

– Jammu and Kashmir Bank Limited

– Karnataka Bank Limited

– Canara Bank

– Indian Bank

– Indian Overseas Bank (IOB)

– Punjab and Sind Bank (PSB)

– Punjab National Bank (PNB)

– State Bank of India (SBI)

– Axis Bank Limited

–RBL Bank Limited

– South Indian Bank Limited

– Yes Bank Limited

– Dhanlaxmi Bank Limited

– Bandhan Bank Limited

– City Union Bank Limited

– DCB Bank Limited

– Federal Bank Limited

– IDBI Bank Limited

– IDFC FIRST Bank Limited

– IndusInd Bank Limited

– Karur Vysya Bank Limited

– Kotak Mahindra Bank Limited

– CSB Bank Limited

– Tamilnad Mercantile Bank Limited

– DBS Bank India Limited.