ରାଜ୍ୟର ୧୭ ଗୋଟି ଜିଲ୍ଲାରେ ଚଳିତ ରବିଧାନ ସଂଗ୍ରହ କାର୍ଯ୍ୟ ମଇ ୧ ତାରିଖରୁ ଆରମ୍ଭ

ଆସନ୍ତା ମାସ ୧ ତାରିଖରୁ ରବିଧାନ ସଂଗ୍ରହ ପାଇଁ ଖୋଲିବ ମଣ୍ଡି, ରାଜ୍ୟର ୧୭ଟି ଜିଲ୍ଲାରେ ଚଳିତ ବର୍ଷ ହେବ ରବିଧାନ ସଂଗ୍ରହ କାର୍ଯ୍ୟ । ଅଧିକ ପଢନ୍ତୁ…

ଭୁବନେଶ୍ୱର: ପ୍ରତିବର୍ଷ ପରି ଏଥର ମଧ୍ୟ ରାଜ୍ୟର ୧୭ ଗୋଟି ଜିଲ୍ଲାରେ ଚଳିତ ରବିଧାନ ସଂଗ୍ରହ କାର୍ଯ୍ୟ ମଇ ୧ ତାରିଖରୁ ଆରମ୍ଭ ହେବ। ଏହି ସବୁ ଜିଲ୍ଲାର ସ୍ଥିରୀକୃତ ମଣ୍ଡୀରେ ପଞ୍ଜୀକୃତ ଓ ଯାଞ୍ଚ ହୋଇଥିବା ପ୍ରକୃତ ଚାଷୀ ଯେପରି ରବିଧାନ ବିକ୍ରି କରି ସର୍ବନିମ୍ନ ସହାୟକ ମୂଲ୍ୟର ଲାଭ ପାଇପାରିବେ, ଦୃଷ୍ଟି ଦେବାପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଅଛି।

ସେହିପରି ଏହି ସବୁ ଜିଲ୍ଲାର ସ୍ଥିରୀକୃତ ମଣ୍ଡିରେ ପଞ୍ଜୀକୃତ ଓ ଯାଞ୍ଚ ହୋଇଥିବା ପ୍ରକୃତ ଚାଷୀ ରବିଧାନ ବିକ୍ରି କରିବେ । ଏହା ସହ ସେମାନେ ସର୍ବନିମ୍ନ ସହାୟକ ମୂଲ୍ୟର(MSP) ଲାଭ ପାଇ ପାରିବେ । ଏଥିପାଇଁ କ୍ଷେତ୍ର ଅଧିକାରୀମାନେ ସତର୍କ ଦୃଷ୍ଟି ରଖିବା ସହିତ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିଭଳି ଜିଲ୍ଲା ଓ ସବଡିଭିଜନ ସ୍ତରରେ ସ୍ଵତନ୍ତ୍ର ସ୍କାଡ୍ ଗଠନ କରାଯାଇ ନିୟମିତ ଯାଞ୍ଚ କରିବା ପାଇଁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଭାଗ ପକ୍ଷରୁ ରବିଧାନ ସଂଗ୍ରହ ହେଉଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳ ଏବଂ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି । ଏଥିସହ ଅନଧିକୃତ ଧାନ ଚାଲାଣକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ କଡ଼ାକଡ଼ି ଭାବେ ଗ୍ରହଣ କରିବା ଲାଗି ଅନୁରୋଧ କରାଯାଇଛି ।

ଏହା ସହ ପଡୋଶୀ ରାଜ୍ୟର ଅନଧିକୃତ ଧାନ ଯେପରି ମଣ୍ଡିରେ ପ୍ରବେଶ କରି ନ ପାରିବ,ସେଥିପାଇଁ ପୋଲିସ ପ୍ରଶାସନ ମଧ୍ୟ ସତର୍କ କରାଯାଇଅଛି। ସବୁ ପଞ୍ଜୀକୃତ ଚାଷୀଭାଇ,ବିଶେଷ ଭାବେ କ୍ଷୁଦ୍ର ଓ ମଧ୍ୟମ ବର୍ଗ ଚାଷୀଭାଇମାନେ ଏହାଦ୍ଵାରା ବିଶେଷ ଲାଭବାନ ହେବେ ବୋଲି ମୋର ବିଶ୍ଵାସ ବୋଲି ଖାଦ୍ୟ ଯୋଗାଣ ଏବଂ ଗ୍ରାହକ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଜଣାଇଛନ୍ତି ।