କାର୍ଯ୍ୟରେ ଅବହେଳା କାରଣରୁ କୋରାପୁଟ ସବ୍ ଜେଲର ସସପେଣ୍ଡ

ଭୁବନେଶ୍ୱର/କୋରାପୁଟ: କାର୍ଯ୍ୟରେ ଅବହେଳା କାରଣରୁ ଚାକିରିରୁ ସସପେଣ୍ଡ ହୋଇଛନ୍ତି କୋରାପୁଟ ଜିଲ୍ଲା ସବ୍ ଜେଲର । କଏଦୀଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଇଥିବା ନେଇ ସବ ଜେଲର ଗଗନ ବିହାରୀ ସାହୁଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ଏଥିସହିତ ଶୌଚାଳୟଗୁଡ଼ିକ ବ୍ୟବହାର ଉପଯୋଗୀ ନଥିବା ଜଣାପଡ଼ିଥିଲା । ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗକୁ ସୁପାରିଶ କରାଯାଇଛି ।

ନିକଟରେ ହାଇକୋର୍ଟ ବିଚାରପତି ଅତର୍କିତ ଭାବେ କୋରାପୁଟ ଗସ୍ତ କରିବା ପରେ ଏହି ଅବ୍ୟବସ୍ଥାର ପର୍ଦ୍ଦାଫାସ ହୋଇଥିଲା । ଏହାପରେ ବିଚାରପତି ଏନେଇ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବା ପରେ ଶୁଣାଣି ହୋଇଥିଲା । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜେଲ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ