ଆଗୁଆ ଆୟକର ନୋଟିସ୍‌ ପାଇଥିବା ଲୋକଙ୍କୁ ମିଳିଲା ସାନ୍ତ୍ୱନା

ନୂଆଦିଲ୍ଲୀ: ଆଗୁଆ ଆୟକର ପଇଠ କରିବା ପାଇଁ ପଠାଯାଇଥିବା ନୋଟିସକୁ ସାମୟିକ ଭୁଲ କହି ଆୟକର ବିଭାଗ ଆୟକରଦାତାଙ୍କ ମନକୁ ହାଲୁକା କରି ଦେଇଛନ୍ତି । ଫଳରେ ବେଶ କିଛିଦିନ ଧରି ଚିନ୍ତାଗ୍ରସ୍ତ ଆୟକରଦାତା ଏବେ ଆଶ୍ୱସ୍ତ ଅନୁଭବ କରିଛନ୍ତି ।

ଆଗୁଆ ଆୟକର ପଇଠ ନୋଟିସ୍‌ ପାଇବା ପରେ କିଛି ଆୟକରଦାତା ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲା ବେଳେ କିଛି ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ବସିଥିଲେ ।

ଏବେ ପରବର୍ତୀ ନୋଟିସ୍‌ ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛି ଆୟକର ବିଭାଗ । ଆୟକର ବିଭାଗ ମାର୍ଚ୍ଚ ୧୦ ତାରିଖରେ ଆର୍ଥିକ ବର୍ଷ ୨୦୨୩-୨୪ରେ ଆୟକର ଖିଲାପକାରୀଙ୍କ ନାମ ତାଲିକା ସାର୍ବଜନୀନ କରିବାକୁ ଚାହୁଁଥିଲେ । ମାତ୍ର ଭୁଲବଶତଃ ଆଗୁଆ ଆୟକର ପଇଠ ନୋଟିସ୍‌ ଚାଲି ଯାଇଥିଲା ।