୪୧ ବର୍ଷ ପରେ ପିଲାଦିନର ବନ୍ଧୁ ହେଲେ ଏକାଠି

ନୂଆଦିଲ୍ଲୀ: ଧର୍ମେନ୍ଦ୍ର-ଅମିତାଭଙ୍କ ଅଭିନୀତ ଚଳଚ୍ଚିତ୍ର ‘ଶୋଲେ’ରେ ଦୁଇ ପିଲାଦିନର ବନ୍ଧୁ ଜୟ-ବୀରୁଙ୍କ ଅତୁଟ କାହାଣୀ ଆପଣମାନେ ଦେଖିଛନ୍ତି । ମାତ୍ର ବାସ୍ତବରେ କେବେ ସେହିଭଳି ଦୁଇଟି ଚରିତ୍ରକୁ ଦେଖିବାର ସୁଯୋଗ ପାଇଛନ୍ତି । ଆମେ ଆପଣଙ୍କୁ ଏମିତି ଏକ ବାସ୍ତବ ଚରିତ୍ର ସହିତ ପରିଚିତ କରାଇବାର ପ୍ରୟାସ କରିଛୁ ।

୧୯୪୭ ମସିହାରେ ଭାରତ-ପାକିସ୍ତାନ ସୀମା ବିବାଦ ଓ ତକ୍ରାଳୀନ ରାଜନୈତିକ ଅରାଜକତା ଭିତରେ ଦୁଇଜଣ ପିଲାଦିନର ବନ୍ଧୁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ଦୀର୍ଘ ଦିନ ପରେ ଦୁଇବନ୍ଧୁ ପରସ୍ପରକୁ ନିକଟରେ ପାଇ ଭାବବିହ୍ୱଳ ହୋଇଯାଇଥିଲେ । ଦୁହିଁଙ୍କ ଆଖିରୁ ଝରି ପଡ଼ିଥିଲା ଆନନ୍ଦର ଅଶ୍ରୁ ।

ଦୁଇବନ୍ଧୁଙ୍କ ନାମ ସୁରେଶ କୋଠାରୀ ଓ ଏଜି ଶାକିର । ଗୁଜରାଟର ଦିଶା ଅଂଚଳରେ ଦୁହିଁଙ୍କ ଭିଟାମାଟି । ଭାରତ-ପାକିସ୍ତାନ ବିଭାଜନ ଭିତରେ ଦୁଇଭାଗ ହୋଇଯାଇଥିଲା ସେମାନଙ୍କ ବନ୍ଧୁତା । ଭୌଗୋଳିକ ସୀମା ସରହଦ ଉଭୟଙ୍କ ଭିତରେ ଦୂରତ୍ୱ ସୃଷ୍ଟି କରିଥିଲା ।

ମାତ୍ର ଦୁହିଁଙ୍କ ମନ ଓ ପ୍ରାଣ ପରସ୍ପରକୁ ପାଇବା ପାଇଁ ସତେ ଯେପରି ବ୍ୟାକୁଳ ହେଉଥିଲା । ୧୯୮୨ ମସିହାରେ ନ୍ୟୁୟର୍କରେ ଜଣେ ବନ୍ଧୁଙ୍କ ଆତିଥେୟତା ରକ୍ଷା କରି ଉଭୟ କୋଠାରୀ ଓ ଶାକିର ସେଠାରେ ପହଂଚିଥିଲେ ।

ଦୁହେଁ ପରସ୍ପରକୁ ନିକଟରେ ପାଇ କୋଟିନିଧି ପାଇଯାଇଥିଲେ । ସେ ସମୟର ଅଭୁଲା ସ୍ମୃତିଟିକକ ଏବେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ସୁରେଶ କୋଠାରୀଙ୍କ ଅଣନାତୁଣୀ ମେଗାନ କୋଠାରୀ ।

ସେୟାର କରିଥିବା ଭିଡିଓ ତଳେ ଲେଖିଛନ୍ତି ମେଗାନ, ଭାରତ-ପାକିସ୍ତାନ ବିଭାଜନ ଦୁଇବନ୍ଧୁଙ୍କ ବନ୍ଧୁତାକୁ ଦୁଇଭାଗ କରିପାରିନି ।

ଏବେ ମଧ୍ୟ ଉଭୟଙ୍କ ପରିବାର ଭିତରେ ବନ୍ଧୁତ୍ୱ ରହିଛି । ୨୦୨୪ ଏପ୍ରିଲରେ ଦୁଇବନ୍ଧୁ ପୁଣି ନ୍ୟୁଜର୍ସିରେ ଏକାଠି ହେବାର ଆଶଙ୍କା କରିଛନ୍ତି ମେଗାନ କୋଠାରୀ ।