୭ ମାସ ଭିତରେ ‘ଭିଆଇ’ ଫାଇଭ୍‌-ଜି ସେବା

ନୂଆଦିଲ୍ଲୀ: ରିଲାଏନ୍ସ ଓ ଏୟାରଟେଲ୍‌ ପରେ ଭୋଡାଫୋନ୍‌ ଆଇଡିଆ ପକ୍ଷରୁ ଦେଶରେ ଫାଇଭ-ଜି ସେବା ଆରମ୍ଭ ହେବାକୁ ଯାଉଛି । ଆଗାମୀ ୭ ମାସ ଭିତରେ ଭୋଡାଫୋନ୍‌ ଆଇଡିଆ ଲୋକଙ୍କୁ ଫାଇଭ୍‌-ଜି ସେବା ଦେବାକୁ ନିଷ୍ପତି ନେଇଛି ।

କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ ମୁନ୍ଦ୍ରାଙ୍କ ସୂଚନା ମୁତାବକ, ଭୋଡାଫୋନ୍‌ ଆଇଡିଆ ପ୍ରତି ଲୋକମାନେ ଆସ୍ଥା ପ୍ରକଟ କରିଛନ୍ତି । ଦିନକୁ ଦିନ ଉପଭୋକ୍ତାଙ୍କ ସଂଖ୍ୟା ବଢୁଥିବାର ଦେଖି କମ୍ପାନୀ ଫାଇଭ୍‌-ଜି ସେବା ଆରମ୍ଭ କରିବା ପାଇଁ ଅଂଟା ଭିଡିଛି ।