ନବମ ଶ୍ରେଣୀ ପାଠ୍ୟ ପୁସ୍ତକରେ ଡେଟିଂ ଓ ରିଲେସନ୍‌ ସିପ୍‌

ସୋସିଆଲ ମିଡିଆର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ସ୍ତରରୁ ପିଲାଙ୍କୁ ଡେଟିଙ୍ଗ୍‌ ଓ ରିଲେସନ୍‌ ସିପ୍‌ ଶିକ୍ଷା ପ୍ରଦାନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଖୁସି ନାମକ ଜଣେ ୟୁଜର ସୋସିଆଲ ମିଡିଆ ‘ଏକ୍ସ’ରେ ପଢ଼ା ବହିର ଚାପ୍ଟର ଫଟୋ ସେୟାର କରି ଲେଖିଛନ୍ତି, ‘ଆଜିକାଲି ନବମ ଶ୍ରେଣୀ ପାଠ’ ।

ପଢ଼ାବହିରେ ଏଭଳି ବିଷୟ ସ୍ଥାନ ପାଇଥିବା ଜାଣିବା ପରେ ବହୁତ ଲୋକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି..
ଜଣେ ୟୁଜର କମେଂଟ କରିଛନ୍ତି ଯେ ୟା’ପରେ ସରକାର ପଢ଼ାବହିରେ ‘ବ୍ରେକ୍‌ ଅପ୍‌ ବିଷୟ’ ପଢ଼ାଇବା ପ୍ରଚଳନ କରିବେ । ଆଉ ଜଣେ କମେଂଟ କରିଛନ୍ତି, ‘ଏଭଳି ଅଭିନବ ପାଠ କିଏ ବନ୍ଦୋବସ୍ତ କରିଛନ୍ତି, ସିବିଏସଇ, ଆଇସିଏସ୍‌ଇ ଅବା ଅନ୍ୟ କୌଣସି ରାଜ୍ୟ ବୋର୍ଡ’ । ଆଉ ଜଣେ ୟୁଜର କମେଂଟ କରିଛନ୍ତି, ‘ମୁଁ ଇଏ ବହିଟିକୁ ପଢ଼ିବାକୁ ଚାହୁଁଛି । କେମିତି କୋଉଠୁ ପାଇପାରିବି, ଟିକେ ବତାଇ ପାରିବେ ।’

ସେହିପରି, ଜଣେ ୟୁଜର କମେଂଟ କରିଛନ୍ତି, ‘କେବଳ ସିବିଏସଇ ବୋର୍ଡ ଏଭଳି ବ୍ୟବସ୍ଥା କରିପାରିବ, ଆମ ଶିକ୍ଷକମାନେ ପ୍ରଜନନ ଓ ବଂଶବୃଦ୍ଧି ବିଷୟକୁ ଏଡ଼ାଇ ଯାଉଛନ୍ତି ।’ ଆମ ସୁପ୍ରିମକୋର୍ଟ ବିବାହ ପୂର୍ବରୁ ଜଣେ ଯୁବକ ଓ ଯୁବତୀଙ୍କୁ ଏକାଠି ରହିବା ପାଇଁ ଅନୁମତି ଦେଇସାରିଛନ୍ତି ଯାହାକୁ ଆଜିକାଲି ସଂକ୍ଷେପରେ ରିଲେସନ୍‌ ସିପ୍‌ କୁହାଯାଉଛି ।

ବିଗତ କିଛିବର୍ଷ ଭିତରେ ରିଲେସନ୍‌ ସିପ୍‌ର କୁପରିଣତି ଦେଖିବାକୁ ମିଳିଛି । ରିଲେସନ୍‌ ସିପ୍‌ର କୁପରିଣତିକୁ କମାଇବା ପାଇଁ କିଶୋର କିଶୋରୀଙ୍କୁ ପଢ଼ାଇବା ଜରୁରୀ ନୁହେଁ କି?