ଅକଳରେ ଅଭିନେତ୍ରୀ ପ୍ରିୟଙ୍କା ନିକ୍‌ ଜୋନାସ୍‌

ଲୋଲାପାଲୁଜା ମ୍ୟୁଜିକ୍‌ ମହୋତ୍ସବରେ ଧମାକା ସୃଷ୍ଟି କରିବା ପରେ ପରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ୍‌ ଜୋନାସ୍‌ କାଲିଫର୍ଣ୍ଣିଆ ମାନସନ୍‌ ଛାଡ଼ିବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି । ସତ କହିଲେ ପ୍ରିୟଙ୍କାଙ୍କ ମନଲୋଭା କୋଠାଟି ଆଇନଗତ ମାମଲାରେ ଛନ୍ଦି ହୋଇଯାଇଛି । କୋଠାଟି ବାସୋପଯୋଗୀ ନୁହେଁ ବୋଲି ଅଭିଯୋଗ ଅଣାଯାଇଛି ।

ପ୍ରିୟଙ୍କାଙ୍କ ଉଆସରେ ସାତୋଟି ବେଡ୍‌ ରୁମ, ନଅଟି ଗାଧୁଆ ଘର, ସୁସଜ୍ଜିତ ରୋଷେଇ ଘର ଅଛି । ତା’ ସହିତ ଶୀତତାପ ନିୟନ୍ତ୍ରିତ ମଦ୍ୟଶାଳା, ଇନଡୋର ବାସ୍କେଟ୍‌ ବଲ କୋର୍ଟ, ହୋମ୍‌ ଥିଏଟର, ଏଂଟରଟେନମେଂଟ ଲାଉଞ୍ଜ, ଷ୍ଟିମ୍‌ ସାୱାର ସ୍ପା, ଜିମ୍‌ଖାନା ଓ ବିଲିୟାର୍ଡ ରୁମ୍‌ ରହିଛି । ଏତେ ଚାକଚକ୍ୟ ବିଳାସମୟ କୋଠାଟି ୨୦୨୩ ମେ’ ମାସରେ ବିବାଦକୁ ଡାକି ଆଣିଛି ।