ଭୁଲ ଆକାଉଂଟକୁ ଟଙ୍କା ପଠାଇ ଚିନ୍ତିତ କି?
ନୂଆଦିଲ୍ଲୀ: କିଛି ଲୋକ ୟୁନିଫାଇଡ୍ ପେମେଂଟ ଇଂଟରଫେସ୍ (ୟୁପିଆଇ) ଲିଙ୍କ୍ଡ ମୋବାଇଲ ନମ୍ବର ଜରିଆରେ ଭୁଲ ଆକାଉଂଟକୁ ଟଙ୍କା ପଠାଇବାର ତ୍ରୁଟି କରିଥାନ୍ତି । ସେପରି ତ୍ରୁଟିର କାରଣ ଫୋନ୍ ନମ୍ବର ସହିତ ୟୁପିଆଇ ଆଇଡି ଜଡ଼ିତ ରହିଛି ।
ଆପଣ ଯେଉଁ ବ୍ୟକ୍ତିଙ୍କ ନିକଟକୁ ଟଙ୍କା ପଠାଉଛନ୍ତି; ତାଙ୍କ ମୋବାଇଲ ନମ୍ବରଟି ଆଉ କାହାକୁ ଆଲର୍ଟ କରାଯାଇଥିଲେ, ସେ ଫୋନ୍ ନମ୍ବରଟି ଯୋଉ ବ୍ୟାଙ୍କ ଆକାଉଂଟ ସହିତ ଲିଙ୍କ୍ଡ ହୋଇଥିବ; ଆପଣଙ୍କ ଟଙ୍କାଟି ସେହି ଆକାଉଂଟକୁ ଚାଲିଯିବ ।
ବିଶେଷ କରି ଘର ମାଲିକଙ୍କ ନିକଟକୁ ଭଡ଼ା ପଇଠ କରୁଥିଲା ବେଳେ ତାଙ୍କର ମୋବାଇଲ ନମ୍ବର ସଂପର୍କରେ ତାଜା ଖବର ରଖନ୍ତୁ । ଆପଣଙ୍କ ଅଜାଣତରେ ସେ ତାଙ୍କର ପୁରୁଣା ନମ୍ବରଟିକୁ ଅନ୍ୟ କାହାକୁ ଦେଇଥିଲେ; ଆପଣଙ୍କ ଟଙ୍କାଟି ସେ ବ୍ୟକ୍ତିଙ୍କ ଆକାଉଂଟକୁ ଚାଲିଯିବାର ଆଶଙ୍କା ରହିଛି ।
ଭୁଲ ଆକାଉଂଟକୁ ଚାଲି ଯାଇଥିବା ଟଙ୍କା ଫେରି ପାଇବାକୁ ହେଲେ ଆପଣଙ୍କୁ ପ୍ରମାଣ କରିବାକୁ ହେବ ଯେ ଆପଣଙ୍କ ଟଙ୍କାଟି ଭୁଲବଶତଃ ଅନ୍ୟତ୍ର ଚାଲିଯାଇଛି । ଏତକ ପ୍ରମାଣ କରିଦେବା ପରେ ଆପଣଙ୍କ ବ୍ୟାଙ୍କ ଓ ତ୍ରୁଟିବଶତଃ ଟଙ୍କା ଗ୍ରହଣ କରିଥିବା ବ୍ୟାଙ୍କ ଆପଣା ଆପଣା ଭିତରେ ସବୁ ତ୍ରୁଟି ସୁଧାରି ଦେବେ ।