ଜାତୀୟ ସଂଗୀତକୁ ଅପମାନ କରି କ୍ୟାରିୟରକୁ ହାତଛଡ଼ା କଲେ କଶ୍ମୀର କ୍ରିକେଟର ରସୁଲ

ପୃଥିବୀ ପୃଷ୍ଠରେ ସ୍ୱର୍ଗ ଭାବେ ପରିଚିତ ଜମ୍ମୁ-କଶ୍ମୀର ତା’ର ନୈସର୍ଗିକ ରୂପମାଧୁରୀ ପାଇଁ ଲୋକପ୍ରିୟ । ମାତ୍ର କ୍ରିକେଟ୍‌ କଥା ଉଠିଲେ କିଛି ହାତଗଣତି ଖେଳାଳିଙ୍କ ଛବି ଆଖି ଆଗକୁ ଚାଲିଆସେ । ଭାରତର ଆନ୍ତର୍ଜାତୀୟ କ୍ରିକେଟ୍‌ ଖେଳାଳି ପରଭେଜ ଗୁଲାମ ରସୁଲ ଜର୍ଗର କଶ୍ମୀରର ପ୍ରଥମ କ୍ରିକେଟର ।

ଆଜି ତାଙ୍କର ୩୫ତମ ଜନ୍ମଦିବସ । ଦକ୍ଷିଣ କଶ୍ମୀର ଘାଟି ଅନ୍ତର୍ଗତ ଅନନ୍ତନାଗ ଜିଲ୍ଲାର ବିଜେ ବେହରା ସହର ନିବାସୀ ପରଭେଜ ରସୁଲ ୨୫ ବର୍ଷ ବୟସରେ ୨୦୧୩ରେ  ଜିମ୍ବାୱେ ବିପକ୍ଷରେ ଖେଳିବା ପାଇଁ ମନୋନୀତ ହୋଇଥିଲେ ।

ମାତ୍ର ସେହି ଟୁରରେ ସେ ପ୍ଲେଇଙ୍ଗ୍‌ ଇଲେଭେନ୍‌ ଭିତରେ ସ୍ଥାନ ପାଇବାକୁ ବିଫଳ ହୋଇଥିଲେ । ଭାରତ ପାଇଁ ସେ ଗୋଟିଏ ଦିନିକିଆ, ଗୋଟିଏ ଟି-୨୦ ଓ ୧୧ ଆଇପିଏଲ ମୁକାବିଲା ଖେଳିଥିଲେ । କିନ୍ତୁ ଏହି ଅଫ୍‌ ସ୍ପିନ୍‌ ଅଲ୍‌ ରାଉଣ୍ଡରଙ୍କ ଉପରେ ଜାତୀୟ ସଂଗୀତ ଅପମାନ କରିଥିବାର ଅଭିଯୋଗ ଲାଗିଗଲା । ବାସ୍‌ ସେତିକିରେ ତାଙ୍କର କ୍ରିକେଟ କ୍ୟାରିୟର ବରବାଦ ହୋଇଗଲା ।