ଗତ୨୪ ଘଣ୍ଟାରେ ଦେଶରେ ଆଉ ୨ ହଜାର ୬୨୮ନୂଆ ସଂକ୍ରମିତ ଚିହ୍ନଟ

ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ…

ନୂଆଦିଲ୍ଲୀ : ଦେଶରେ ଗତ କିଛି ଦିନ ମଧ୍ୟରେ ଦୈନିକ ୨ ହଜାର ପାର୍‍ ହେଉଛି ସଂକ୍ରମଣ। ୨୪ ଘଣ୍ଟାରେ ଆଉ ୨ ହଜାର ୬୨୮ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୧,୪୪,୮୨୦କୁ ବୃଦ୍ଧି ପାଇଛି। ସେହିପରି ଆଉ ୨,୧୬୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୬,୦୪,୮୮୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୫%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୪,୫୨୫ରେ ପହଞ୍ଚିଛି।