କରୋନା କବଳରେ କଲବଲ କେରଳ ଓ କର୍ଣ୍ଣାଟକ

ନୂଆଦିଲ୍ଲୀ: ୨୦୨୩ ବିଦାୟ ବେଳାରୁ କରୋନାର ଜେଏନ.୧ ପ୍ରଜାତି ତା’ର ପ୍ରକୋପ ଦେଖାଇଛି । କେରଳରୁ ସାରା ଭାରତକୁ ଖେଦି ଗଲାଣି ଜେଏନ.୧ କରୋନା ।

ସୋମବାର ଦିନ କର୍ଣ୍ଣାଟକରେ ୩୪ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରା ଯାଇଥିଲା ବେଳେ ତିନିଜଣ ପ୍ରାଣ ହରାଇଛନ୍ତି । କେରଳରେ କରୋନା ଭୟଙ୍କର ରୂପ ଧାରଣ କରିଛି ।

ଦିନକ ଭିତରେ କେରଳରେ ୧୧୫ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । କର୍ଣ୍ଣାଟକରେ ଚିହ୍ନଟ ୩୪ ଜଣ କରୋନା ରୋଗୀଙ୍କ ଭିତରୁ ବେଙ୍ଗାଲୁରୁର ୨୦ ଜଣ ଅଛନ୍ତି ।

କେରଳରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୧୭୫୦କୁ ବୃଦ୍ଧି ପାଇଛି । ତେବେ ୨୪ ଘଂଟା ଭିତରେ କେରଳରେ କୌଣସି କରୋନା ରୋଗୀ ମରିନାହାନ୍ତି