ଲୋକଙ୍କୁ ଲୁଟୁଛ: ହାତ, ଶଙ୍ଖ ଓ ପଦ୍ମ ସବୁ ଅଲୋଡ଼ା

ଭୁବନେଶ୍ୱର: ଶଙ୍ଖ ହେଉ କି ପଦ୍ମ । ଦୁଇଟି ଯାକ ଦରବକୁ ହାତରେ ଧାରଣ କରିଛନ୍ତି ପ୍ରଭୁ ନାରାୟଣ । ପ୍ରତି ଓଡ଼ିଆ ଓ ହିନ୍ଦୁ ଭାରତୀୟଙ୍କ ମନ ଓ ପ୍ରାଣରେ ଶଙ୍ଖ ଓ ପଦ୍ମ ପ୍ରତି ଯଥେଷ୍ଟ ସମ୍ମାନବୋଧ ରହିଛି । ଏହି ଦୁଇଟି ଦରବ ଏବେ ଦୁଇଟି ରାଜନୈତିକ ଦଳର ନିର୍ବାଚନ ଚିହ୍ନ ପାଲଟିଛି । ତେବେ ହାତ ବିନା ଏ ଦୁଇଟି ଦରବକୁ କିଏ ବ୍ୟବହାର କରିପାରିବ? ହାତରେ ଧରି ଶଙ୍ଖ ବଜାଇବା ସମ୍ଭବ । ହାତରେ ପଦ୍ମ ଫୁଲଟିଏ ଧରି ଠାକୁରଙ୍କୁ ସମର୍ପଣ କରାଯାଏ । ତେଣୁ ହାତକୁ ଭୁଲିଗଲେ ଚଳିବନି ।

ଏତେ କଥା ଆମେ କ’ଣ ପାଇଁ କହୁଛୁ? ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ଜନସଂପର୍କ ଯାତ୍ରା ଆରମ୍ଭ ହୋଇଛି । ଖବରକାଗଜ ଉପରେ ଆଖି ପଡ଼ିଗଲା । ‘ଘରେ ଘରେ ଶଙ୍ଖ’ ଖବରଟି ଦେଖିଲି । ମନେମନେ ଭାବିଲି, ଘରେଘରେ କ’ଣ ଖାଲି ଶଙ୍ଖ ରହିଛି । ଘଂଟ, ହାତଘଂଟି, ଦୀପ, ଘିଅ, ସଳିତା, କର୍ପୂର, କଳସ, ନଡ଼ିଆ ଭଳି ଜିନିଷ ରହିଛି । ଯାହା ଘରେ ଶଙ୍ଖ ରହିଛି ସେ ଯେ ବିଜେଡିକୁ ଭୋଟ ଦେବ ତା’ର କ’ଣ ଗ୍ୟାରେଂଟି ରହିଛି।

ଆରେ ବାବୁ; ଭଲ କାମ କରୁଛ ତ ଶଙ୍ଖ ବ୍ୟବହାର କରୁ ନଥିବା ଲୋକ ବି ବିଜେଡିକୁ ଭୋଟ ଦେବ । ଲୋକଙ୍କ ରକ୍ତମାଂସ ହାଡ଼ ଝୁଣି ଖାଉଥିଲେ, ଠାକୁର ଘରେ ଶଙ୍ଖ ରଖୁଥିବା ଲୋକ ମଧ୍ୟ ବିଜେଡିକୁ ଭୋଟ ଦବନି।