ଧରାପଡ଼ିଲା ବାଲି ବୋଝେଇ ୨ ଟ୍ରାକ୍ଟର

ରାତି ହେବାମାତ୍ରେ ସେକ୍ଟର-୧୬ ବାଲୁଘାଟରୁ ବାଲି ଚୋରାଚାଲାଣ କରିଥିଲେ। ଶେଷରେ ସେକ୍ଟର-୧୫ ପୁଲିସ ହାତରେ ଧରାହେଇଚନ୍ତି । ପ୍ରତିଦିନଭଳି ରବିବାର ରାତି ପ୍ରାୟ ସାଢ଼େ ୧୧ଟାରେ ଚୋରାଚାଲାଣ କରିବା ବେଳେ। ଏନେଇ ସୂଚନା ପାଇ ସେକ୍ଟର-୧୮ କୋଏଲ ଡିପୋ ଛକ ପାଖରେ ଚୋରାଚାଲାକାରୀଙ୍କୁ ଅଟକାଇ ପଚରାଉଚରା କରାଯାଇଥିଲା ।

ପ୍ରକୃତରେ ସେମାନେ ବିନା ଅନୁମତିରେ ଅନୈତିକଭାବେ ବାଲି ଉଠାଇ ଚୋରାଚାଲାଣ କରୁଥିଲେ। ଏମିତିକି ଟ୍ରାକ୍ଟରର ମଧ୍ୟ ଆବଶ୍ୟକୀୟ କାଗଜପତ୍ର ନଥିବା ଜାଣିବାକୁ ମିଳିଛି । ପରେ ଦୁଇ ଟ୍ରାକ୍ଟର(ଓଡି-୧୬-୬୯୯୯ ଏବଂ ଓଡି-୧୪-ଏଲ-୨୯୫୭)କୁ ପୁଲିସ ଜବତ କରିଛନ୍ତି । ଉଲ୍ଲେଖଯୋଗ୍ୟ, ସେକ୍ଟର-୧୬ ବାଲୁଘାଟରେ ଦୁଇଟି, ବିଜୁବନ୍ଧ ବାଲୁ ଶଯ୍ୟା ଓ ତୁମକେଲା ବାଲୁଶଯ୍ୟା ରହିଛି । ବିଜୁବନ୍ଧ ବାଲିଶଯ୍ୟାରୁ ବାଲିଉଠାଣ ପାଇଁ ଆବଶ୍ୟକ କାଗଜପତ୍ର ସମ୍ପନ୍ନ ହୋଇଛି; କିନ୍ତୁ ବାଲୁଶଯ୍ୟା ବର୍ତ୍ତମାନ ପାଣି ଭିତରେ ଥିବାରୁ ବାଲି ଉଠାଇବା ସମ୍ଭବ ହେଉନାହିଁ ।