ବିଜେଡିର ଦ୍ୱିତୀୟ ଦଫାରେ ୬ଟି ଲୋକସଭା ଆସନ: କଟକ, ଜଗତସିଂପୁର, କନ୍ଧମାଳ, ଢେଙ୍କାନାଳ, ଯାଜପୁର, ପୁରୀ

ଭୁବନେଶ୍ୱର: ବିଜେଡିର ଦ୍ୱିତୀୟ ଦଫା ଘୋଷିତ ଲୋକସଭା ପ୍ରାର୍ଥୀ ତାଲିକା ଭିତରେ ୬ଟି ଆସନ ରହିଛି । ସେଗୁଡ଼ିକ ହେଉଛି ପୁରୀ, ଢେଙ୍କାନାଳ, ଜଗତସିଂପୁର, କନ୍ଧମାଳ, କଟକ ଓ  ଯାଜପୁର । ଢେଙ୍କାନାଳରୁ ଅବିନାଶ ସାମଲ, ଜଗତସିଂପୁରରୁ ରାଜଶ୍ରୀ ମଲ୍ଲିକ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, କଟକରୁ ସଂତୃପ୍ତ ମିଶ୍ର ଓ ଯାଜପୁରରୁ ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି । କଳାହାଣ୍ଡି ଲୋକସଭା ଆସନରୁ ବିଜେଡିର ଲମ୍ବୋଦର ନିଆଲ ପ୍ରାର୍ଥୀ ହୋଇଛନ୍ତି ।

ପୁରୀରୁ ପିନାକୀ ମିଶ୍ର ନିର୍ବାଚନ ଲଢ଼ିବାକୁ ମନା କରିଥିଲେ । ଢେଙ୍କାନାଳରୁ ମହେଶ୍ୱର ସାହୁଙ୍କୁ ଟିକେଟ୍‌ ଦିଆଯାଇନି । କଟକରୁ ଭର୍ତୃହରି ମହତାବ ବିଜେଡିରୁ ଇସ୍ତଫା ଦେଇଛନ୍ତି ।