ରାଜନୀତି ଶିଖିବ ତ ସୁରଭାଇଙ୍କୁ ଧର

ଭୁବନେଶ୍ୱର: ଗୋଟିଏ ପୁଅକୁ କଂଗ୍ରେସ ଓ ଆଉ ଗୋଟିଏ ପୁଅକୁ ବିଜେଡିରେ ପ୍ରବେଶ କରାଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ରାଜ୍ୟ ଶାସନ ନିକିତିର ଦୁଇଟି ଯାକ ପଲାକୁ ହାତମୁଠାରେ ରଖିବାକୁ ଚେଷ୍ଟା କରୁଛନ୍ତି । ଦୁଇଟି ଯାକ ପୁଅ ଜିତିଲେ ସବୁଠାରୁ ବଢ଼ିଆ । ଜଣେ ଜିତିଲେ ଓ ଆଉ ଜଣେ ହାରିଲେ ମଧ୍ୟ କିଛି ପରବାୟ ନାହିଁ । ସବୁ ରେଡି ।

ଚଳିତ ଅଧିବେଶନର ଅନ୍ତିମ ଦିବସରେ ରାଜ୍ୟ ବିଧାନସଭାକୁ ଗୋଟିଏ ଲମ୍ବା ମୁଣ୍ଡିଆ ପକାଇ ସୁରଭାଇ ଆଉ ରାଜନୀତି କରିବି ନାହିଁ ବୋଲି ଗଣମାଧ୍ୟମକୁ କହିଥିଲେ । ଏମିତି କହିବାର ଅସଲ ଉଦ୍ଦେଶ୍ୟ ବୁଝିଲା ବେଳକୁ ତାଙ୍କର ଦୁଇପୁଅକୁ ରାଜନୀତି ମଇଦାନକୁ ଓହ୍ଲାଇ ସାରିଲେଣି ।

ସୁରଭାଇ ଆମର ଭାରି ଜାଣିବାର ଲୋକ । ଦୀର୍ଘ ୨୫ ବର୍ଷ ଭିତରେ ବିଜେଡି ଗଛଟା ଭାରି ଝଙ୍କାଳିଆ ହୋଇଗଲାଣି । ବିଜେଡି ଚେର ଉପାଡ଼ିବା ବିଜେପି ମହାବାତ୍ୟା ପକ୍ଷେ ଆଦୌ ସମ୍ଭବ ନୁହେଁ । ତେଣୁ ସାନପୁଅଟିକୁ ଅବୁଝା କହି ନବୀନ ବାବୁଙ୍କ ଜିମା ଛାଡ଼ି ଦେଲେ । ବଡ଼ପୁଅକୁ କଂଗ୍ରେସରେ ପ୍ରବେଶ କରାଇ ସୁରଭାଇ ତାଙ୍କର ଦଳପ୍ରତି ଆନୁଗତ୍ୟ ପ୍ରମାଣ କରିଛନ୍ତି ।