ବନ୍ଧୁକ ଓ ଜୀବନ୍ତ ଗୁଳି ସମେତ ଦୁଇଜଣ ଗିରଫ

ଭୁବନେଶ୍ୱର: କମିଶନରେଟ୍‌ ପୁଲିସର ସ୍ୱତନ୍ତ୍ର ଟିମ ଅପରାଧିଙ୍କ ଗତିବିଧି ଉପରେ ତୀକ୍ଷ୍ମଣ ନଜର ରଖିଛି । ନିର୍ବାଚନ ସମୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଲକ୍ଷ୍ୟରେ ଅଭିଯାନ ଜାରି ରଖିଛି । ଇତିମଧ୍ୟରେ ବେଆଇନ ବନ୍ଧୁକ ଓ ଜୀବନ୍ତ ଗୁଳି ରଖିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି ।

ଗୁପ୍ତ ସୂଚନା ପାଇ ପୁଲିସ ୧୬ ଜାତୀୟ ରାଜପଥ କଡ଼ସ୍ଥିତ ହଂସପାଳ, ସରକନ୍ତରା ଓ ତମାଣ୍ଡୋ ଅଂଚଳରୁ ଗୋଟିଏ ୯ଏମଏମ କ୍ଷମତା ବିଶିଷ୍ଟ ପିସ୍ତଲ, ଚାରିଟି ୭.୮୫ ଏମ୍‌ଏମ୍‌ ବୋର ବିଶିଷ୍ଟ ପିସ୍ତଲ ଓ ୨୪ଟି ଜୀବନ୍ତ ଗୁଳି ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

କିଛି ଗୋଟାଏ ଯୋଜନାବଦ୍ଧ ଅପରାଧ ପାଇଁ ପ୍ରସ୍ତୁତି ଚାଲିଥିବା କଥା କହିଛି ପୁଲିସ । ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବା ପରଠାରୁ ଓଡ଼ିଶା ପୁଲିସ ତା’ର ଗତିବିଧିକୁ ବେଶ କଡ଼ାକଡ଼ି କରିଛି ।