କ୍ରିକେଟର ଶୁଭମନ ଗିଲଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: ବୁଧବାର ଦିନ ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷ ମୁକାବିଲାରେ ଧିମା ବୋଲିଂ କରିବାକୁ ପରାମର୍ଶ ଦେଇ ଗୁଜରାଟ ଟାଇଟନ୍‌ ଅଧିନାୟକ ଶୁଭମନ ଗିଲ ୧୨ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ ହୋଇଛନ୍ତି । ମାତ୍ର ଦ୍ୱିତୀୟ ଥର ଧିମା ବୋଲିଂ କରିବାକୁ ପରାମର୍ଶ ଦେଲେ ତାଙ୍କୁ ଆଇପିଏଲ ନିୟମ ଅନୁସାରେ ଗୋଟିଏ ମ୍ୟାଚରୁ ବାଦ୍‌ ଦିଆଯିବ । ପ୍ରଚଳିତ ଆଇପିଏଲ ନିୟମ ଅନୁସାରେ ଗୋଟିଏ ସିଜିନରେ ଅଧିନାୟକ ଦୁଇଟି ସମାନ ଅପରାଧ କରିଥିବାର ଜଣାପଡ଼ିଲେ ଗୋଟିଏ ମ୍ୟାଚରୁ ବାଦ୍‌ ପଡ଼ିବେ ।

ସୂଚନା ମୁତାବକ ବୁଧବାର ଦିନ ଚେନ୍ନାଇସ୍ଥିତ ଚିଦାମ୍ବରମ ଷ୍ଟାଡ଼ିୟମରେ ଶୁଭମନ ଗିଲଙ୍କ ନେତୃତ୍ୱାଧିନ ଗୁଜରାଟ ଟାଇଟନ୍ସ ଚେନ୍ନାଇ ନିକଟରୁ ୬୩ ରନ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲା । ଗୁଜରାଟ ଟାଇଟନ୍ସ ଟସ୍‌ ଜିତି ବୋଲିଂ ନିଷ୍ପତି ନେଇଥିଲା । ଫଳରେ ଚେନ୍ନାଇ ସୁପର କିଙ୍ଗ୍‌ସ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୨୦୬ ରନ୍‌ କଲା । ବିଜୟ ପାଇଁ ୨୦୭ ରନ୍‌ ଆବଶ୍ୟକତା ଥିଲା ବେଳେ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭର ଭିତରେ ୮ଟି ୱିକେଟ୍‌ ହରାଇ ମାତ୍ର ୧୪୩ ରନ୍‌ କରିଥିଲା ।