ପଢ଼ିବାକୁ ଯାଇ ଫେରିନାହାନ୍ତି ନାବାଳିକା, ଅପହରଣ ସନ୍ଦେହ

ରାୟଗଡ଼ା: ଜନୈକ ୧୪ ବର୍ଷର ନାବାଳିକା ପଢ଼ିବା ପାଇଁ ସ୍କୁଲକୁ ଯାଇ ଗୁରୁବାର ଅପରାହ୍ଣ ସୁଦ୍ଧା ଫେରିନାହାନ୍ତି । ଓଡ଼ିଶାର ରାୟଗଡ଼ା ଜିଲ୍ଲାର କେଉଟଗୁଡ଼ା ରେଳଷ୍ଟେସନ ନିକଟରେ ଏହି ଘଟଣା ଘଟିଛି ।

ସୂଚନା ମୁତାବକ, ବୁଧବାର ଦିନ ପାତ୍ରପୁର ଗାଁର ବିଜୟ କୌଶଲ୍ୟାଙ୍କ ନାବାଳିକା ଝିଅ ବର୍ଷା ସ୍କୁଲକୁ ଯାଇ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନଥିଲେ । ପରିବାର ଲୋକ ବହୁତ ଖୋଜାଖୋଜି କରି ନପାଇବାରୁ ଥାନାରେ ନିଖୋଜ ଅଭିଯୋଗ କରିଛନ୍ତି ।

ପରିବାର ଲୋକ ସ୍କୁଲ ଯିବା ବାଟରୁ ନାବାଳିକାଙ୍କ ଚପଲ ଦେଖିବା ପରେ ତାଙ୍କୁ ଅପହରଣ କରାଯାଇଥିବାର ସନ୍ଦେହ କରୁଛନ୍ତି । ବର୍ଷାଙ୍କ ପରିବାର ସେମାନଙ୍କ ଫୋନ୍‌ ନମ୍ବର (୬୩୭୨୩୮୨୩୯୫/ ୯୦୮୭୨୯୩୯୭୨) କୁ ସେୟାର କରି ସହାୟତା ଲୋଡ଼ିଛନ୍ତି ।