ଇଡି ରିମାଣ୍ଡକୁ ଯିବେ ହେମନ୍ତ; ଚମ୍ପଇ ସୋରେନଙ୍କ ପ୍ରତି ରାଜ୍ୟପାଳ ଅମଙ୍ଗ

ରାଂଚି: ଗୁରୁବାର ଦିନ ହେମନ୍ତ ସୋରେନଙ୍କୁ ବିଚାର ବିଭାଗ ହାଜତରେ ରଖାଯାଇଛି । ଇଡି ତାଙ୍କୁ ଅଦାଲତରେ ହାଜର କରିବା ପରେ ୧୦ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଲୋଡ଼ିଛି । ଅଦାଲତ ଇଡି ପିଟିସନର ପ୍ରତିଟି ଦିଗକୁ ବିଚାର କରିବା ପରେ ଶୁକ୍ରବାର ତାଙ୍କର ନିଷ୍ପତି ଶୁଣାଇବେ ।

ହେମନ୍ତଙ୍କ ରାଜନୈତିକ କ୍ୟାରିୟର ଏବେ ଅଦାଲତଙ୍କ ରାୟ ଉପରେ ନିର୍ଭର କରୁଛି । ପୁଲିସ ହେମନ୍ତଙ୍କୁ ଧରି ଅଦାଲତ ବାହାରକୁ ଆସିବା କ୍ଷଣି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସମର୍ଥକମାନେ ନାରାବାଜି କରିଥିଲେ ।

ହେମନ୍ତଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ହେବାର ଆଶଙ୍କା କରାଯାଉଥିଲା । ମାତ୍ର ସ୍ୱାମୀଙ୍କ ଅପରାଧ ସହିତ ପତ୍ନୀଙ୍କୁ ଜଡ଼ିତ କରା ଯାଇଥିବାରୁ ଦଳର ବରିଷ୍ଠ ନେତା ଚମ୍ପେଇ ସୋରେନଙ୍କ ପ୍ରତି ସମସ୍ତଙ୍କ ଦୃଷ୍ଟି ପଡ଼ିଛି ।

ଶିବୁ ସୋରେନଙ୍କ ଘନିଷ୍ଠ ଭାବେ ଜଣାଶୁଣା ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଆରଜେଡି, କଂଗ୍ରେସ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାୟ ୪୩ ଜଣ ବିଧାୟକ ରାଜଭବନରେ ପହଂଚିଥିଲେ । ମାତ୍ର ରାଜ୍ୟପାଳ କେନ୍ଦ୍ର ନିଷ୍ପତିକୁ ଅପେକ୍ଷା କରିଛନ୍ତି ।