ଜ୍ଞାନବ୍ୟାପୀ ମସଜିଦ ପାଇଁ ଅଦାଲତ ଗଲା ମୁସଲିମ ସଂଗଠନ

ନୂଆଦିଲ୍ଲୀ: ନିମ୍ନ ଅଦାଲତ ଆଦେଶ ମୁତାବକ ଆଜି ଜ୍ଞାନବ୍ୟାପୀ ମସଜିଦରେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି । ପଣ୍ଡିତ ମଣ୍ଡଳୀ ରାଦ୍ରାଭିଷେକ କରିବା ସହିତ ପଂଚଦେବତାଙ୍କର ପୂଜାର୍ଚ୍ଚନା ସାରିଛନ୍ତି । ମୁସଲିମ ସଂଗଠନ ଅଂଜୁମନ ଇନ୍ତଜାମିଆ କମିଟି ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତୁରନ୍ତ ବିଚାର କାମନା କରିଛି ।

ମୁସଲିମ ପକ୍ଷ ହାଇକୋର୍ଟକୁ ଯିବାର ଆଶଙ୍କା କରି ହିନ୍ଦୁ ସଂଗଠନ ଆଗୁଆ ହାଇକୋର୍ଟରେ କେଭିଏଟ୍‌ ଦାଖଲ କରିସାରିଛି ।

ତାଜା ଖବର ମୁତାବକ ଜ୍ଞାନବ୍ୟାପୀ ପରିସରରେ ହିନ୍ଦୁ ସମାଜର ପୂଜାର୍ଚ୍ଚନାରେ ବ୍ରେକ ଲଗାଇବା ପାଇଁ ମୁସଲିମ ପକ୍ଷ ପୁଣି ବାରାଣସୀ କୋର୍ଟରେ ପହଂଚିଛି । କୋର୍ଟଙ୍କ ରାୟକୁ ୧୫ ଦିନ ପାଇଁ ସ୍ଥଗିତ ରଖିବା ପାଇଁ ମୁସଲିମ ପକ୍ଷ ବିଚାରପତିଙ୍କୁ ଗୁହାରି କରିଛି ।

ସୂଚନା ମୁତାବକ ଜ୍ଞାନବ୍ୟାପୀ ମସଜିଦ ଭିତରେ ହିନ୍ଦୁ ସମାଜର ଅନୁପ୍ରବେଶକୁ ରୋକିବା ପାଇଁ ଅଂଜୁମନ ମସଜିଦ କମିଟି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।