ଜନତା ମଇଦାନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ, ଆସନ୍ତାକାଲିଠୁ

ଆସନ୍ତାକାଲିଠୁ ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ ୩ଦିନ ଧରି ଭୁବନେଶ୍ବରରେ ଚାଲିବ ସମ୍ମିଳନୀରେ ଦେଶ ବିଦେଶରୁ ୧୦୦ରୁ ଅଧିକ ଭାଷାବିତ ଯୋଗ ଦେବେ
-ପ୍ରଥମେ ଜଗନ୍ନାଥ ସଂସ୍କୃତି ଉପରେ ସ୍ବତନ୍ତ୍ର ଅଧିବେଶନ, ଓଡ଼ିଆ ଭାଷାରେ ଏକ ମ୍ୟୁଜିୟମ ତଥା ଭାଷା,ସାହିତ୍ୟ ବିଭାଗର ସଚିବଙ୍କ ସୂଚନା

ଫେବୃଆରୀ ୩ରୁ ତିନି ଦିନ ଧରି ଭୁବନେଶ୍ଵର ଜନତା ମଇଦାନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁଯାଉଛି। ଏହି ସମ୍ମିଳନୀକୁ ସ୍ମରଣୀୟ କରିବା ପାଇଁ କଳାମଣ୍ଡଳ ପରିସରରେ ନିର୍ମିତ ‘ଅକ୍ଷରଭୂମି’କୁ ମୁଖ୍ୟମନ୍ତ୍ରୀ ଶ୍ରୀ@Naveen_Odisha ଲୋକାର୍ପଣ କରିଛନ୍ତି। ଖାଣ୍ଡେଲାଇଟ ପଥରରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ଯର ଅପୂର୍ବ ନିଦର୍ଶନ ସ୍ବରୂପ ‘ଅକ୍ଷରଭୂମି’ ନିର୍ମାଣ ହୋଇଛି।

ଓଡ଼ିଆ ବର୍ଣ୍ଣମାଳାରେ ସୁଶୋଭିତ ‘ଅକ୍ଷରଭୂମି’ ଆମ ଭାଷାପ୍ରୀତିକୁ ଉଜ୍ଜୀବିତ କରି ରଖିବା ସହ ଭାଷା, ସଂସ୍କୃତି, କଳା ଓ ସ୍ଥାପତ୍ୟର ଜୟ ଗାନ କରି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମର ମହାନ୍ ଐତିହ୍ୟ ଓ ଶାସ୍ତ୍ରୀୟ ଓଡ଼ିଆ ଭାଷାର ଗୌରବ ବିଷୟରେ ‘ଅକ୍ଷରଭୂମି’ ଭବିଷ୍ୟତ ପୀଢିକୁ ପ୍ରେରଣା ଦେଇଚାଲିବ ବୋଲି ସେ ଆଶାପ୍ରକାଶ କରିଛନ୍ତି।