ରାଜଧାନୀରେ ଚାଞ୍ଚଲ୍ୟ,ସାଲିଆ ସାହି ଆଦିବାସୀ ବସ୍ତିରେ ଜଣଙ୍କୁ ପିଟି ପିଟି ହତ୍ୟା !

ପୁଣି ରକ୍ତରଞ୍ଜିତ ରାଜଧାନୀ । ସାମାନ୍ୟ କଳିରୁ ଖଣ୍ଡଯୁଦ୍ଧ । ଭୁବନେଶ୍ୱର ସାଲିଆ ସାହି ଆଦିବାସୀ ବସ୍ତିରେ ଦୁଇ ପରିବାର ମଧ୍ୟରେ କଳିରୁ ଭୟଙ୍କର ହେଲା ସ୍ଥିତି । ଠେଙ୍ଗାମାଡରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ କ୍ୟାପିଟାଲ ଜଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖବର ପାଇ ତୁରନ୍ତ ମୈତ୍ରୀବିହାର ପୋଲିସ ଘଟଣାସ୍ଥଳରେ ପହଁଚି, ଘଟଣାର ତଦନ୍ତ କରୁଛି । ଠେଙ୍ଗାମାଡରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ସୁଶୀଲ ହେମ୍ବ୍ରମ୍ । ତାଙ୍କ ଘର ସାଲିଆ ସାହିରେ ବୋଲି ଜଣାପଡିଛି । ଦୁଇ ପରିବାର ଭିତରେ କଳିକୁ ନେଇ ସୁଶୀଲଙ୍କର ହୋଇଥିଲା ଝଗଡା ।