ରାଜଧାନୀରେ ବୁଲିଲା ଖଣ୍ଡା

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ପୂର୍ବ ଶତ୍ରୁତାକୁ ନେଇ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ନୀଳାଦ୍ରିବିହାର ସ୍ଥିତ ବୁଦ୍ଧ ବିହାର ଏବଂ ଇଶାନେଶ୍ୱର ବସ୍ତିରେ ଦୁର୍ବୃତ୍ତ ମାନେ ଆତଙ୍କ ଖେଳାଇଥିଲେ। ଯାହାକୁ ଦେଖିଲେ ତାକୁ ହାଣିବାକୁ ଗୋଡ଼ାଇଥିଲେ । ସିସିଟିଭି ଫୁଟେଜରେ ସମସ୍ତ ଘଟଣା କଏଦ୍ ହୋଇଛି। କମିସନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ । ଦୁଇ ଦିନରେ ସମାନ ଅଞ୍ଚଳରେ ଦୁଇଥର ଗ୍ୟାଙ୍ଗ ୱାର ହେଲାଣି । ୧୫ରୁ ଅଧିକ ଯୁବକ ହାତରେ ଖଣ୍ଡା ଭୁଜାଲି ନେଇ ଆସିଲେ । ଦୁଇ ଜଣଙ୍କୁ ହାଣିଦେଇ ଫେରାର ହୋଇଗଲେ ।