ବିବାହିତ ମହିଳାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ କରି ଜଣେ ଗିରଫ

ଚଣ୍ଡିଖୋଲ: ବିବାହିତ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା। ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୋଲିସ । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ଛାନ୍‌ଭିନ୍ ଜାରି ରଖିଛି ପୋଲିସ । ଖବର ଅନୁଯାୟୀ, ବାଲିଚନ୍ଦ୍ରପୁର ଥାନା ଅଧୀନ ନଳିପୁର ଗ୍ରାମର ଜୈନିକ ବିବାହିତ ମହିଳାଙ୍କୁ ସ୍ଥାନୀୟ ଚାରିନଙ୍ଗଳ ପଞ୍ଚାୟତ ନାୟା ମଲିକ ମହିଳାଙ୍କର କିଛି ଅଶ୍ଳୀଳ ଭିଡିଓ ଏବଂ ଫଟୋ ମୋବାଇଲରେ ରଖିଥିଲା । ମହିଳାଙ୍କୁ ପାଖକୁ ଡାକିବା ପାଇଁ ବାରମ୍ବାର ଧମକ ଚମକ ଦେଇଆସୁଥିଲା । ମହିଳା ଜଣକ ନାୟାଙ୍କ କଥାରେ ରାଜି ହୋଇନଥିଲା । ଶେଷରେ ସେ ତାଙ୍କ ଅଶ୍ଳୀଳ ଭିଡିଓକୁ ଭାଇରାଲ କରିଥିବା ମହିଳା ଅଭିଯୋଗ କରିଛନ୍ତି । ନାୟା ମଲିକ ନିଜେ ବିବାହିତ ହୋଇ ଥିବା ବେଳେ ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ଙ୍କୁ ବାରମ୍ବାର ଧମକ ଚମକ ଦେଇ ଆସୁଥିଲେ । ଏନେଇ ମହିଳା ଜଣକ ନିଜର ସୁରକ୍ଷା ପାଇଁ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏବେ ବାଲିଚନ୍ଦ୍ରପୁର ଥାନା ପୋଲିସ ନାୟା ମଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।