ମିଳିନି ଓଡ଼୍ରାଫ୍ ବୁଡ଼ାଳି ସୀତାରାମ ମୁର୍ମୁଙ୍କ ମୃତଦେହ-ଏସ୍‌ଆର୍‌ସି

କଟକ: ମୁଣ୍ଡଳିରେ ଗଜରାଜ ଉଦ୍ଧାର ବେଳେ ବୋଟ୍ ଓଲଟିବା ଘଟଣା ରାଜ୍ୟରେ ଚହଳ ପକାଇଛି । ଏହି ଘଟଣାରେ ଜଣେ ସାମ୍ବାଦିକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଓଡ଼୍ରାଫ୍ ବୁଡ଼ାଳି ସୀତାରାମ ମୁର୍ମୁ ନିଖୋଜ ହୋଇଥିଲେ । ଏଡିଆରଏଫର ଟିମ୍ ତାଙ୍କୁ ଖୋଜିବାରେ ଲାଗିଥିବା ବେଳେ ଆଜି ଧବଳେଶ୍ୱର ନିକଟରୁ ଏକ ମୃତଦେହ ଉଦ୍ଧାର ହୋଇଥିଲା, ଯାହାକି ସୀତାରାମଙ୍କ ବୋଲି ସନ୍ଦେହ କରାଯାଇଥିଲା । କିନ୍ତୁ ସୀତାରାମଙ୍କ ପରିବାର ଲୋକେ ଶବକୁ ଚିହ୍ନ କରିଛନ୍ତି । ଏହା ସୀତାରାମଙ୍କ ଶବ ନୁହେଁ ବୋଲି ପରିବାର ଲୋକେ ସ୍ପଷ୍ଟ କରିଛନ୍ତି । ଏନେଇ ଏସଆରସି ପ୍ରଦୀପ ଜେନା ଟ୍ୱିଟର ମାଧ୍ୟମରେ ସୂଚନା ଦେବା ସହ ଭୁଲ ସୂଚନା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।