କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ

ବ୍ରହ୍ମପୁର : ବ୍ରହ୍ମପୁରରେ ଯୁବକଙ୍କ ଆତଙ୍କରାଜ୍ । କୋର୍ଟ ପରିସରରେ ଜଜ୍‌ଙ୍କୁ ଛୂରମାଡ । ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁରରେ । ବ୍ରହ୍ମପୁର ଏସଡିଜେଏମ ପ୍ରଜ୍ଞା ପାରମିତା ପ୍ରତିହାରୀଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ ଯୁବକ । ତେବେ ଏହି ଉଦ୍ୟମ ବେଳେ ଯୁବକଙ୍କୁ କାବୁ କରିନେଇଥିଲା ବୈଦ୍ୟନାଥପୁର ପୋଲିସ । ଘଟଣାସ୍ଥଳରେ ଏସ୍‌ପି ପହଞ୍ଚି ତଦନ୍ତ କରୁଛନ୍ତି ।