ଦିଲ୍ଲୀ ରାମଲାଲ ଆନନ୍ଦ କଲେଜକୁ ବୋମା ଧମକ

ନୂଆଦିଲ୍ଲୀ: ରାମଲାଲ ଆନନ୍ଦ କଲେଜକୁ ବୋମା ପକାଇ ମାଟିରେ ମିଶାଇ ଦିଆଯିବ ବୋଲି ଧମକ ଦିଆଯାଇଛି । କଲେଜ କର୍ମଚାରୀଙ୍କ ନିକଟରୁ ସୂଚନା ପାଇବା ମାତ୍ରେ ଦିଲ୍ଲୀ ପୁଲିସ ସଂପୃକ୍ତ କଲେଜଟିକୁ ଟିକିନିଖି ତଲାସ କରିଥିଲେ । ମାତ୍ର ପୁଲିସ ହାତରେ ସେଭଳି କିଛି ସନ୍ଦେହଜନକ ବସ୍ତୁ ଲାଗି ନଥିଲା ।

ପୁଲିସ ନିକଟରୁ ମିଳିଥିବା ସୂଚନା ଅନୁସାରେ ଗୁରୁବାର ସକାଳ ପ୍ରାୟ ସାଢେ଼ ୯ଟାରେ ରାମଲାଲ ଆନନ୍ଦ କଲେଜର ଜଣେ କର୍ମଚାରୀଙ୍କ ମୋବାଇଲ ହ୍ୱାଟ୍‌ସଆପ୍‌ କୁ ବୋମା ଧମକ ଆସିଥିଲା । ବୋମା ଧମକ ପ୍ରଘଟ ହୋଇଯିବା ମାତ୍ରେ ଛାତ୍ରଛାତ୍ରୀମାନେ ଜୀବନ ବିକଳରେ କଲେଜରୁ ପଳାୟନ କରିଥିଲେ । ଆମ୍ବୁଲାନ୍ସ, ବିଡିଏସ୍‌ ଓ ବିଡିଟି ଧରି ପୁଲିସ ଘଟଣାସ୍ଥଳରେ ପହଂଚିଥିଲା ।