ଭୁବନେଶ୍ୱରରୁ ସାଇବର ରସିକକୁ ଧରିଲା ଦିଲ୍ଲୀ ପୁଲିସ

ଭୁବନେଶ୍ୱର: ସୋସିଆଲ ମିଡିଆର ଅପବ୍ୟବହାର କରି ରାଜ୍ୟ ବାହାର ଝିଅମାନଙ୍କୁ ଫସାଇ ବ୍ଲାକମେଲ କରୁଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଭୁବନେଶ୍ୱର ପହଂଚି ଜଣେ ନିଲଠା ପ୍ରେମିକକୁ ଗିରଫ କରିଛି ।

ଏକାଧିକ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ବନାଇ ସେମାନଙ୍କୁ ବ୍ଲାକମେଲ କରି ପ୍ରାୟ ୫ କୋଟି ଟଙ୍କା ଆଦାୟ କରିଥିଲେ ଅଭିଯୁକ୍ତ ରସିକ ।ଦିଲ୍ଲୀ ପୁଲିସ ଭୁବନେଶ୍ୱରରେ ପହଂଚି ଲକ୍ଷ୍ମୀ ସାଗର ପୁଲିସଙ୍କ ସହଯୋଗ ଲୋଡ଼ିଥିଲା ।

ସ୍ଥାନୀୟ ଲୋକମାନେ କିଛି ବୁଝିଲା ବେଳକୁ ଅଭିଯୁକ୍ତକୁ ସାଙ୍ଗରେ ଧରି ଦିଲ୍ଲୀ ପୁଲିସ ଛୁ ମାରିଛି । ଅଭିଯୁକ୍ତ ରସିକଙ୍କ ନାମ ସୌରଭ ଦେହୁରୀ । ସେ ତାଙ୍କର କିଛି ସାଙ୍ଗଙ୍କ ସହିତ ଲକ୍ଷ୍ମୀସାଗରସ୍ଥିତ ଗୋଟିଏ ଆପାର୍ଟମେଂଟରେ ରହୁଥିଲେ ।